www.samajalive.in
Saturday, December 6, 2025
15.1 C
Bhubaneswar

କୋଇଲା ଚୋରା ଚାଲାଣ ବେଳେ ୨ ଗିରଫ

ବୌଦ୍ଧ : ବୌଦ୍ଧ ଥାନା ପକ୍ଷରୁ ବୌଦ୍ଧ ସହରର ବିଜ୍ର ଛକ ଠାରେ ଗାଡି ମଟର ଯାଂଚ କରୁଥିବା ବେଳେ ଏକ ଚୋରା ଚାଲାଣ ହେଉଥିବା କୋଇଲା ଗାଡିକୁ ପୁଲିସ ଜବତ କରିଥିବା ଜଣାପଡିଛି। ସୂଚନା ମୁତାବକ, ପୁଲିସ ପକ୍ଷରୁ ଗାଡି ମଟର ଯାଂଚ ଚାଲିଥିବା ସମୟରେ ଏକ ମହିନ୍ଦ୍ରା ପିକଅପରେ କୋଇଲା ବୋଝେଇ ହୋଇଥିବା ଦେଖି ସନ୍ଦେହରେ ଗାଡିର ଯାଂଚ କରିଥିଲେ। ଗାଡିଟି ରେଢାଖୋଲ ଅଂଚଳରୁ ନୟାଗଡ ଅଂଚଳକୁ ଯାଉଥିବା ଜଣାପଡିଥିଲା। ଗାଡିରେ ଦୁଇ ଟନ କୋଇଲା ଥିବା ବେଳେ କୋଇଲା ଚୋରା ଚାଲାଣ ହେଉଥିବା ଅଭିଯୋଗରେ ଗାଡିକୁ ଜବତ କରିବା ସହ ଗାଡିରେ ଥିବା ନୟାଗଡ ଜିଲ୍ଲା ଦୁରୁଦୁରା ଗ୍ରାମର ସତ୍ୟବାଦୀ ନାୟକ (୫୨) ଓ ରାଉତରାୟପୁର ଗ୍ରାମର ବୀର ବେହେରା (୩୦)ଙ୍କୁ ଗିରଫ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories