www.samajalive.in
Sunday, December 7, 2025
23.1 C
Bhubaneswar

ଅଙ୍ଗନୱାଡି କେନ୍ଦ୍ରରେ ଜଳ ଯୋଗାଣ, ସ୍ଥାୟୀ ଭିତ୍ତିଭୂମି ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ବିଭିନ୍ନ ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ସ୍ୱଚ୍ଛ ପାନିୟ ଜଳ ଯୋଗଣର ବ୍ୟବସ୍ଥା କରିବା ସହିତ ସ୍ଥାୟୀ ଭିତ୍ତି ଭୂମିର ବ୍ୟବସ୍ଥା କରିବାକୁ ମହିଳା ସଂଗ୍ରାମ ସମିତି ପକ୍ଷରୁ ରେଙ୍ଗାଲି ବ୍ଳକ୍ ଉନ୍ନୟନ ଅଧିକାରିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି। ବିଗତ ଦିନରେ ସଂଗ୍ରାମ ସମିତି ପକ୍ଷରୁ ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ ଏକ ସର୍ଭେ କରା ଯାଇଥିଲା। ସର୍ଭେ ସମୟରେ ଅନେକ ଅଙ୍ଗନୱାଡି କେନ୍ଦ୍ରରେ ଭିତ୍ତିଭୂମି ର ଅବ୍ୟବସ୍ଥା ଏପରିକି ସ୍ଥାୟୀ ଭିତ୍ତିଭୂମି ନଥିବାର ଦେଖିବାକୁ ମିଳିଥିଲା। ଏହବ୍ୟତୀତ ଶିକ୍ଷକ/ଶିକ୍ଷୟିତ୍ରୀର ଅଭାବ ଥିବାର ପରିଲକ୍ଷିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଏବଂ ସରକାରଙ୍କ ଘରଦ୍ୱାରରେ ପୋଷଣ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ପରିବାରକୁ ପନିପରିବା, ବିହନ ଯୋଗ।ଇଦେବା , ନୂତନ ନଳକୂପ ସ୍ଥାପନ ଏବଂ ଅଚଳ ନଳକୂପ ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି। ବ୍ଳକ୍ କଲୋନିରୁ ମହିଳା ସଂଗ୍ରାମ ସମିତିର କର୍ମକର୍ତ୍ତା ମାନଙ୍କ ନେତୃତ୍ୱରେ ସମିତିର ବହୁ ସଂଖ୍ୟକ ସଭ୍ୟା ଏକ ଶୋଭାଯାତ୍ରାରେ ବାହାରି ରେଙ୍ଗାଲି ବ୍ଳକ୍ ଉନ୍ନୟନ ଅଧିକାରୀ ଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

Related Articles

Popular Categories