www.samajalive.in
Saturday, December 6, 2025
14.1 C
Bhubaneswar

ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଉଦ୍ୟମ

ବୌଦ୍ଧ : ପ୍ରଶାସନକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ନେତୃତ୍ୱରେ ସଦରମହକୁମା ଠାରୁ ଦୂର ଦୁରାନ୍ତ ଗ୍ରାମରେ ଅଧିକାରୀମାନେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି । ସୂଚନା ମୁତାବକ କଣ୍ଟାମାଳ ବ୍ଲକର ପଲସ। ଗୋରା ଗ୍ରାମ ପଂଚାୟତ ଅନ୍ତର୍ଗତ ପରା ଗ୍ରାମରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଥିଲେ । ପରା ଗ୍ରାମର ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, ଇନ୍ଦିରା ଆବାସ ଘର, ଶ୍ମଶାନ, ଗାଁ ପୋଖରୀର ଉନ୍ନତି କରଣ, ଖେଳ ପଡିଆର ଉନ୍ନତି କରଣ, କଲ୍ୟାଣ ମଣ୍ଡପ ନିର୍ମାଣ, କମ୍ୟୁନିଟି ସେଣ୍ଟର ନିର୍ମାଣ, ପରା ବରଗଛ ମଣ୍ଡପ, ସୋଲାର ଲାଇଟିଙ୍ଗ କରଣ ବିଷୟରେ ଆଲୋଚନା କରିଥିଲେ । ଗାଁରେ ଶ୍ମଶାନ ପାଇଁ ଜାଗା ଦେଖିବା ସହ ଅଙ୍ଗନବାଡି କେନ୍ଦ୍ର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପରାକୁ ବୁଲି ଦେଖିଥିଲେ । ଅଙ୍ଗନବାଡି କେନ୍ଦ୍ର ତରଫରୁ ଛତୁଆ, ଅଣ୍ଡା ଠିକ ହିସାବରେ ଦିଆ ଯାଉଥିବା ଜାଣିବାକୁ ପାଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଶୁଣି ତାର ଆସୁ ସମାଧାନ କରିଥିଲେ ଜ଼ିଲ୍ଲାପାଳ । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଏବଂ ମାନସିକ ରୋଗର ଚିକିତ୍ସା ପାଇଁ ପରା ଗ୍ରାମର ଗୋପୀନାଥ ସୁନାଙ୍କୁ ଜ଼ିଲ୍ଲା ରେଡ଼କ୍ରସ ରୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିସରରେ ଥିବା ନଳକୂପର ପାଣି ଭଲ ବାହାରୁଥିବା ଦେଖିଥିଲେ ଖୋଦ ଜ଼ିଲ୍ଲାପାଳ । ଜ଼ିଲ୍ଲାପାଳଙ୍କ ସହ ଉପସ୍ଥିତ ଥିଲେ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ । ପରେ ପରେ ପାର୍ବତୀଗିରି ବୃହତ ଉଠା ଜଳ ସେଚନ ପ୍ରକଳ୍ପ (ତେଲ ନଦୀ ଉତ୍ସ), ଖଟଖଟିଆ ଓ ପାର୍ବତୀଗିରି ବୃହତ ଉଠା ଜଳ ସେଚନ ପ୍ରକଳ୍ପ (ମହାନଦୀ ଉତ୍ସ) ଖଇରମାଲ, ମନମୁଣ୍ଡା ଏବଂ ମନମୁଣ୍ଡା ସ୍ଥିତ ବୁଦ୍ଧ ପାର୍କ ବୁଲି ଦେଖିବା ସହ ଏହାର ଉନ୍ନତି କରଣ, ନୂତନ ପ୍ରକଳ୍ପର ଶୁଭ ଉଦଘାଟନ ବିଷୟରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଜ଼ିଲ୍ଲାପାଳ । ପରା ଗ୍ରାମରେ ଜ଼ିଲ୍ଲାପାଳଙ୍କୁ ପାଖରେ ପାଇ ପରା ବାସୀ ଖୁସି ଅନୁଭବ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories