ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣରେ ବିସ୍ଥାପିତ ପରିବାର ଥଇଥାନ ପାଇଁ ଜିଲାପାଳଙ୍କୁ ନିବେଦନ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ରାମ୍ଭିକଟା ଗ୍ରାମରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣରେ ବିସ୍ଥାପିତ ହୋଇଥିବା ପରିବାର ଥଇଥାନ ପାଇଁ ଜିଲାପାଳଙ୍କ ଦ୍ବାରସ୍ଥ ହୋଇ ତାଙ୍କୁ ନିବେଦନ କରିଛନ୍ତି। ଦୀର୍ଘ ୩୦ ବର୍ଷ ଧରି ପିତବାସ କୁମ୍ଭାର ଓ ଅନ୍ୟ ପରିବାରମାନେ ରହିଆସୁଥିଲେ । ଉକ୍ତ ୫ ପରିବାର ଗ୍ରାମର ପୁଷ୍ପବତୀ କହଁରଙ୍କ ନାମରେ ଥିବା ଏକ ଜାଗାରେ ପିଲାଛୁଆ ଧରି ରହି ଆସୁଥିଲେ । ବର୍ତ୍ତମାନ ସେହି ଜାଗାରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଯାଉଥିବାବେଳେ ପୁଷ୍ପବତୀ କହଁରକୁ ନିୟମ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । କିନ୍ତୁ ପୁଷ୍ପବତୀ ତାଙ୍କ ନାମରେ ରେକର୍ଡ ଥିବା ସ୍ଥାନରେ ରହୁଥିବା ପରିବାରକୁ ପାଇଥିବା କ୍ଷତିପୂରଣ ରାଶି ପ୍ରଦାନ କରିଥିଲେ । ଗତ ୧୧ ତାରିଖରେ ହରଭଙ୍ଗା ତହସିଲ ପକ୍ଷରୁ ଘର ଭାଙ୍ଗିବାକୁ ତହସିଲ କର୍ତ୍ତୃପକ୍ଷ ଆସିଥିବାବେଳେ ଉକ୍ତ ପରିବାର ଅନୁରୋଧ କରିବାରୁ ସେମାନେ ଫେରିଯାଇଥିଲେ । ସେଠାରେ ରହୁଥିବା ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର ଓ ଭୂମିହୀନ ହୋଇଥିବାବେଳେ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକେ ପ୍ରଶାସନ ପକ୍ଷରୁ ଯୋଗାଇଦେବାକୁ ମଙ୍ଗଳବାର ଦିନ ପିଲାଛୁଆ ଧରି ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ନିବେଦନ କରିଥିବା ଜଣାଯାଇଛି ।

Comments are closed.