www.samajalive.in
Friday, December 5, 2025
26.1 C
Bhubaneswar

ଭୁବନେଶ୍ୱରରେ ସମ୍ବର୍ଦ୍ଧିତ ହେଲେ ମଦନଗୁଡାର ତୀରନ୍ଦାଜ ସଞ୍ଜୟ ମାଝୀ

ଲାଞ୍ଜିଗଡ : ଗୋଟିକ ପରେ ଗୋଟିଏ ପ୍ରତିଯୋଗିତାରେ ସଫଳତା ହାସଲ କରି କଳାହାଣ୍ଡି ତଥା ଲାଞ୍ଜିଗଡ ଅଞ୍ଚଳକୁ ଗୌରବାନ୍ୱିତ କରୁଛନ୍ତି ଲାଞ୍ଜିଗଡ ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳର ଲୁକ୍କାୟିତ ପ୍ରତିଭାମାନେ ଲଙ୍ଗଜମ୍ପ, ହାଇଜମ୍ପ, କରାଟେ ସହିତ ଦୌଡ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ କୃତୀତ୍ୱ ହାସଲ କରି କେବଳ ଲାଞ୍ଜିଗଡ ବ୍ଲକକୁ ଗୌରବାନ୍ୱିତ କରୁନାହାନ୍ତି ବରଂ ସାରା ଜିଲ୍ଲା ଓ ରାଜ୍ୟର ଟେକ ରଖୁଛନ୍ତି । ଏହିପରି ଭାବେ ଲାଞ୍ଜିଗଡ ବ୍ଲକ ପାହାଡପଦର ଗ୍ରାମପଞ୍ଚାୟତ ମଦନଗୁଡା ଗାଁର ଯୁବ ପ୍ରତିଭା ସଞ୍ଜୟ ମାଝୀ ଭୁବନେଶ୍ୱର ଠାରେ ଆୟୋଜିତ ଜନଜାତି ଗୌରବ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜନଜାତି ଗୌରବ ସମାରୋହରେ ଜଣେ ବିଚକ୍ଷଣ ଓ ଉଦୀୟମାନ ତୀରନ୍ଦାଜ ପ୍ରତିଯୋଗୀ ଭାବେ ସଞ୍ଜୟଙ୍କୁ ସମ୍ମାନିତ କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟଅତିଥି ଭାବେ ଯୋଗ ଦେଇ ସଞ୍ଜୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସୂଚନାଯୋଗ୍ୟ, ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡର ଆର୍ଥିକ ସହାୟତା ଓ ତାଲିମ ସହାୟତା ଦ୍ୱାରା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଲଗାତାର କ୍ରୀଡା ପ୍ରତିଭାର ବିକାଶ ହେଉଥିବାବେଳେ ଉତମ ମାନର ତାଲିମ ଓ ଦେଖରେଖ ଯୋଗୁଁ ତୀରନ୍ଦାଜ ପ୍ରତି ଲାଞ୍ଜିଗଡ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ବୃଦ୍ଧି ପାଉଛି । ବେଦାନ୍ତ ସହାୟତାରେ ତୀରନ୍ଦାଜ ପ୍ରତିଯୋଗିତାରେ ଲାଞ୍ଜିଗଡ ଅଞ୍ଚଳର ତିରିଶରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ସଫଳତା ପାଇଥିବାବେଳେ ତୀରନ୍ଦାଜ କୋଚ୍ ସୀମାଞ୍ଚଳ କାଡ୍ରାକା ମଧ୍ୟ ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଏଥିଯୋଗୁଁ ହିଁ ଦୁର୍ଗମ ମଦନଗୁଡାର ଆଦିବାସୀ ପୁଅ ସଞ୍ଜୟ ତୀରନ୍ଦାଜ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ପାଇଥିବାବେଳେ ଏଥିପାଇଁ ତାଙ୍କୁ ଭୁବନେଶ୍ୱରରେ ସମ୍ମାନିତ କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ବେଦାନ୍ତ ଲିମିଟେଡର ମୁଖ୍ୟ ପରିଚାଳନା ଅଧିକାରୀ ଅନୁରାଗ ତିବାରୀ, ଗୋବିନ୍ଦଗୋପାଳ ପାଲ, ସିଏସ୍‌ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡାଙ୍କ ସମେତ ଅଞ୍ଚଳବାସୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories