www.samajalive.in
Sunday, December 14, 2025
14.1 C
Bhubaneswar

ଶାଳ ଚଉକାଠ ସହ କାର ଜବତ, ଦୁଇ ଗିରଫ

ବୌଦ୍ଧ : ବୌଦ୍ଧ ରେଞ୍ଜ ଅର୍ନ୍ତଗତ ହରଭଙ୍ଗା ବ୍ଳକ କୃଷ୍ଣମୋହନପୁର ଗ୍ରାମ ନିକଟସ୍ଥ ବଲାଟ ନାଳ ନିକଟରେ ବନବିଭାଗ ପକ୍ଷରୁ ଏକ କାର ଉପରେ ଚଢାଉ କରି ୩୦ ଖଣ୍ଡ ଶାଳ ଚଉକାଠ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ, ବୌଦ୍ଧ ବନବିଭାଗ ପକ୍ଷରୁ ଜଗନ୍ନାଥ ସଡକରେ ପାଟ୍ରୋଲିଂ ଚାଲିଥିବାବେଳେ ଏକ ମାରୁତି କାରରେ ବେଆଇନ କାଠ ଚାଲାଣ ହେଉଥିବା ବନବିଭାଗ ଖବର ପାଇ ଶନିବାର କୃଷ୍ଣମୋହନପୁର ବଲାଟ ନାଳ ନିକଟରେ ଉକ୍ତ ଗାଡିକୁ ଅଟଳାଇ ଯାଞ୍ଚ କରିଥିଲେ। କାର ମଧ୍ୟରୁ ୩୦ ଖଣ୍ଡ ଶାଳ ଚଉକାଠ ଜବତ କରାଯାଇଥିଲା । କାରରେ ଥିବା ବୌଦ୍ଧ ସହରର ସୁନିଲ ନାଏକ ଓ ଅନୁଗୋଳ ଜିଲା କିଆକଟା ଥାନା କାଦପଡା ଗ୍ରାମର ଶ୍ରୀରାମ ଭୁୟାଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ଫରେଷ୍ଟର ସ୍ୱାଧିନ ସାମଲ, ଫରେଷ୍ଟଗାର୍ଡ ପ୍ରକାଶ ପ୍ରଧାନ, ସନ୍ତୋଷ ବାରିକ, ସବ୍ରତ ପ୍ରଧାନ, ସୁଶାନ୍ତ ସାହୁ ପ୍ରମୁଖ ସାମିଲ ଥିଲେ ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories