www.samajalive.in
Saturday, December 6, 2025
14.1 C
Bhubaneswar

ସରପଞ୍ଚମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୌଦ୍ଧ: ବୌଦ୍ଧ ଜିଲାର ସମସ୍ତ ସରପଞ୍ଚ ମାନଙ୍କୁ ନେଇ ରାଜ୍ୟ ଗ୍ରାମ୍ୟଉନ୍ନୟନ ପଞ୍ଚାୟତ ରାଜ ପ୍ରତିଷ୍ଠାନ, ଜିଲାପରିଷଦ ବୌଦ୍ଧ ଓ ବେସରକାରୀ ଅନୁଷ୍ଠାନ ୱାଇସିଡିଏ ଦ୍ୱାରା ବାଉଁଶୁଣୀ ସ୍ଥିତ ୱାଇସିଡିଏ ସଭାଗୃହ ପରିସରରେ ୫ ଦିନିଆ ଏକ ପ୍ରଶିକ୍ଷଣ କର୍ମଶାଳା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଉପାଧକ୍ଷ୍ୟ ଶଙ୍କର୍ଷଣ ପ୍ରଧାନ, ୪ ନଂ ଜୋନ ଜିଲା ପରିଷଦ ସଭ୍ୟ ରାକେଶ କୁମାର ତ୍ରିପାଠୀ, ୱାଇସିଡିଏର ସଂପାଦକ ରାଜେନ୍ଦ୍ର ମେହେର ଏବଂ ଜିଲା ପରିଷଦର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଅମ୍ରିତା ପଣ୍ଡା ଯୋଗ ଦେଇ ତାଲିମ ଉପରେ ସରପଞ୍ଚ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ତାଲିମଦାତା ଭାବେ ମାନସ ରଂଜନ ଧଳ ଓ ପ୍ରଭାତ ଶତପଥି ଯୋଗଦେଇ ତାଲିମ ଦେଇଥିଲେ। ଗ୍ରାମ ପଞ୍ଚାୟତ ଗୁଡିକୁ କିପରି ସଶକ୍ତିକରଣ କରାଯିବ, ଗ୍ରାମ ସଭା, ଗ୍ରାମପଞ୍ଚାୟତ ବିକାଶ ଯୋଜନା, ସରକାରୀଙ୍କ ଅର୍ଥ ଆୟୋଗ ଅନୁଦାନ ଉପରେ ତାଲିମ ପ୍ରଦାନ କରାଯାଇଥିଲା। ୱାଇସିଡିଏର ଗୋପାଳ ମେହେର କାର୍ଯ୍ୟକ୍ରମକୁ ପରିଚାଳନା କରିବାସହିତ ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories