ବୌଦ୍ଧ: ବୌଦ୍ଧ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟନାଥ ମାଝିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଫିଫା ଫୁଟବଲ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ଉକ୍ତ ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା ୩୦ ସୁଦ୍ଧା ବ୍ଲକ ସ୍ତରୀୟ ପ୍ରତିଯୋଗିତା ସମାପ୍ତ କରାଯିବ ଏବଂ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆସନ୍ତା ୧୨ରୁ ୧୭ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଗଲା। ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ସମ୍ପାଦକ ଯୋଗ ଦେଇଥିଲେ। ନିରଞ୍ଜନ ବେହେରା, ସୁରେନ୍ଦ୍ର ନାଥ ଦାଶ, ପଞ୍ଚାନନ ପ୍ରଧାନ, ଅମରିଶ ପ୍ରଧାନ, ମମତା ଦାଶ, ଅଲିଭା ପ୍ରଧାନ, ଅରୁଣ କୁମାର ଖଟୁଆ, ପ୍ରବୀଣ ବେହେରା, ମନୋଜ କୁମାର ଗାଈଗୌରୀ, ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



