ଅଧ୍ୟାପକ ପ୍ରବୀର ଦାସଙ୍କୁ ରେଡକ୍ରସର ସର୍ବୋଚ୍ଚ ଜାତୀୟ ପୁରସ୍କାର
ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଉଭିଦ ବିଜ୍ଞାନ ଅଧ୍ୟାପକ ତଥା ଜିଲା ରେଡକ୍ରସର ସମ୍ପାଦକ ପ୍ରବୀର କୁମାର ଦାସ ୨୦୧୯-୨୦ ବର୍ଷରେ ଉଲ୍ଳେଖନୀୟ ସେବା କାର୍ଯ୍ୟ ପାଇଁ ଭାରତୀୟ ରେଡକ୍ରସ ପକ୍ଷରୁ ସର୍ବୋଚ୍ଚ ମେରିଟ ଆୱାର୍ଡ ପୁରସ୍କାର ପାଇଛନ୍ତି। ଭାରତର ରାଷ୍ଟ୍ରପତିଙ୍କ ତରଫରୁ ରାଜ୍ୟପାଳ ଗଣେଶୀ ଲାଲ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରିଥିଲେ। ଭାରତର ୬ ଜଣଙ୍କ ମଧ୍ୟରୁ ଅଧ୍ୟାପକ ଶ୍ରୀ ଦାସ ମନୋନୀତ ହୋଇ ଏହି ସମ୍ମାନ ପାଇଛନ୍ତି। କରୋନା ମହାମାରୀ ସମୟରେ ଶ୍ରୀ ଦାସ ଲୋକମାନଙ୍କ ସେବା କାର୍ଯ୍ୟ ସହିତ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାବରୋ ଅଂଶଗ୍ରହଣ କରିଥିଲେ। ସେ ନିଜେ ୧୦୦ ରୁ ଅଧିକ ଥର ରକ୍ତଦାନ କରି ଅନେକ ଲୋକଙ୍କ ଜୀବନ ବଞ୍ଚେଇଛନ୍ତି। ରେଡକ୍ରସର ଆଜୀବନ ସଦସ୍ୟ ଭାବରେ ଏହି ଜାତୀୟ ପରୁସ୍କାର ପାଇଥିବାରୁ ଜିଲା ଏବଂ ରାଜ୍ୟର ସ୍ୱେଛାସେବୀ ମହଲରେ ଆନନ୍ଦ ପ୍ରକାଶ ପାଇବା ସହିତ ରାଜ୍ୟ ରେଡକ୍ରସର ସଚିବ ସିଟିଏମ ସୁଗୁଣା,ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀ ଏବଂ ବନ୍ଧୁବର୍ଗ ଶ୍ରୀ ଦାସଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତି।
Comments are closed.