ମାଟି କାଦୁଅରେ ଭରତାପୁର ଗ୍ରାମ୍ୟ ରାସ୍ତା

ବୌଦ୍ଧ: ବୌଦ୍ଧ ଜିଲାର ଅନେକ ଗ୍ରାମକୁ ନୀତି ଦିନିଆ ରାସ୍ତା ନାହିଁ। ଜିଲାର ହରଭଙ୍ଗା ବ୍ଳକର ବାଣିଭୁଷଣପୁର ଗ୍ରାମପଞ୍ଚାୟତର ଡିଗିସିରା ଗ୍ରାମକୁ ଠିକ ଭାବେ ରାସ୍ତା ନାହିଁ। ଲଗାଣ ବର୍ଷା ଯୋଗୁଁ ପୁଣି ହରଭଙ୍ଗା ବ୍ଳକର ସମ୍ପୋଚ ପଞ୍ଚାୟତର ଭରତାପୁର ଗ୍ରାମ୍ୟ ରାସ୍ତାରେ ଯିବା କଷ୍ଟକର ହୋଇପଡିଛି। ସାମ୍ପୋଚ ପଞ୍ଚାୟତର ରାମ୍ଭିକଟା ଠାରୁ ବରଝୁଲି ଦେଇ ଯାଇଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାରୁ ଭରତାପୁର ଗ୍ରାମକୁ ଯିବାକୁ ପଡିଥାଏ। କିନ୍ତୁ ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ଭରତାପୁର ଗ୍ରାମ୍ୟ ରାସ୍ତା ବର୍ଷା ଯୋଗୁଁ ମାଟି କାଦୁଆରେ ଭରପୁର ହୋଇପଡିଛି। ଫଳରେ ଯିବା ଆସିବା କଷ୍ଟକର ହୋଇପଡିଛି। ଗ୍ରାମରେ ପାଖାପାଖି ୩୦୦ରୁ ଅଧିକ ପରିବାର ବସବାସ କରୁଥିବାବେଳେ କିନ୍ତୁ ଗ୍ରାମ୍ୟ ରାସ୍ତା କଥା ନକହିବା ଭଲ। ପ୍ରତିଦିନ ଗ୍ରାମ୍ୟ ରାସ୍ତାରେ ଗ୍ରାମର କୋମଳମତି ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ବିଦ୍ୟାଳୟକୁ କାଦୁଅରେ ପଶି ଯିବାକୁ ପଡୁଛି। ସରକାର ସବୁ ଗାଁକୁ ପକ୍କା ସଡକ ନିର୍ମାଣ କଥା କହି ଡିଣ୍ଡିମ ପିଟୁଥିବାବେଳେ କିନ୍ତୁ ବୌଦ୍ଧ ଜିଲ୍ଲାର ଭରତାପୁର ଗ୍ରାମ୍ୟ ରାସ୍ତାର ଚିତ୍ର ଦେଖିଲେ ଏହା କେବଳ କାଗଜ କଲମରେ ସୀମିତ ବୋଲି ମନେହୁଏ। ଏଣୁ ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

kalyan agarbati

Comments are closed.