ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ଜିଲାସ୍ତରୀୟ ପ୍ରତିଯୋଗିତା

ବୌଦ୍ଧ: ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଜିଲାସ୍ତରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ,କବିତା ଆବୃତ୍ତି ଓ ସାହିତ୍ୟ ସଂପର୍କିତ ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ଦୁଇଟି (ବରିଷ୍ଠ ଓ କନିଷ୍ଠ) ବର୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଓଡ଼ିଶା ସାହିତ୍ୟ ଏଳାଡେମୀର ସଦସ୍ୟ ଇଂ. ସଞ୍ଜୟ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଓ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ୧୪୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାର ବିଚାରକ ଭାବରେ ଇଂ.ସଞ୍ଜୟ କୁମାର ପଣ୍ଡା,ସାହିତ୍ୟ ଏଳାଡେମୀର ପ୍ରାକ୍ତନ ସଦସ୍ୟ ନିଳଲୋହୀତ ମହାପାତ୍ର,ସିଆରସିସି ସନ୍ତୋଷ କୁମାର କର୍ଣ୍ଣ ଓ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ଦାୟିତ୍ୱ ତୁଲାଇଥିଲେ। ଏହି ପ୍ରତିଯୋଗିତା ଗୁଡିକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନର ଗାଇଡ ଶିକ୍ଷକମାନେ ପ୍ରତିଯୋଗିତା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Comments are closed.