ବୌଦ୍ଧରେ କଳାକାରଙ୍କ ପାଇଁ ଦୁଇଦିନିଆ ଚୟନ ପ୍ରକ୍ରିୟା ଆରମ୍ଭ

ବୌଦ୍ଧ: ଗୁରୁବାରଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରାୟୋଜିତ ପଂଜିକୃତ କଳାକାରଙ୍କ ଦୁଇଦିନିଆ ଚୟନ ପ୍ରକ୍ରିୟା ବୌଦ୍ଧ ଟାଉନହଲଠାରେ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ହରଭଙ୍ଗା ଏବଂ କଣ୍ଟାମଳ ବ୍ଲକର ବଛା ବଛା ସାଂସ୍କୃତିକ ଦଳ ଯେଉଁମାନେ କି ଅନଲାଇନ ମାଧ୍ୟମରେ ପଂଜିକୃତ ହୋଇଥିଲେ ସେହି କଳାକାରମାନେ ଏହି ଚୟନ ପ୍ରକ୍ରିୟାରେ ଯୋଗଦେଇଥିଲେ। ୮ ତାରିଖ ଦିନ ବୌଦ୍ଧ ଏନଏସି ଓ ବୌଦ୍ଧ ବ୍ଲକର କଳାକାରମାନେ ଏହି ଚୟନ ପ୍ରକ୍ରିୟାରେ ଭାଗନେବେ। ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଲକ୍ଷ୍ମଣ ମହାପାତ୍ର. ତୁଷାରକାନ୍ତ ପଟ୍ଟନାୟକ, ଭବାନୀ ଶଙ୍କର ମହାପାତ୍ର. ହରିହର ପ୍ରଧାନ, ବାସୁଦେବ ପାତ୍ର, ବସନ୍ତ କୁମାର ବୋଷ ପ୍ରମୁଖ ଯୋଗ ଦେଇଥିଲେ। ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା କାର୍ଯ୍ୟକ୍ରମକୁ ତଦାରଖ କରିବା ସହ ଯୋଗ ଦେଇଥିବା କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ।

Comments are closed.