www.samajalive.in
Thursday, December 11, 2025
14.1 C
Bhubaneswar

ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ଆଲୋଚନା ପାଇଁ ପ୍ରସ୍ତୁତି ବୈଠକ 

ବୌଦ୍ଧ  : ପ୍ରଧାନମନ୍ତ୍ରୀ ଓଡ଼ିଶାର ତିନୋଟି ଜିଲ୍ଲା ବୌଦ୍ଧ,ଯାଜପୁର ଓ କୋରାପୁଟର ବିଭିନ୍ନ ହିତାଧିକାରୀ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଓ ସହର),ପୋଷଣ ଅଭିଯାନ,ଉଜ୍ଜଳା ଯୋଜନା,ସ୍ୱଛ ଭାରତ,ଜଳ ଜୀବନ  ମିଶନ,ପ୍ରଧାନମନ୍ତ୍ରୀ ନିଧି ଯୋଜନା,ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟମେଳା,ମୁଦ୍ରା ଯୋଜନା,ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନାର ହିତାଧିକାରୀଙ୍କ ସହିତ ଆଭାସୀ ଜରିଆରେ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମ ବୌଦ୍ଧଜିଲାରେ ସଫଳତାର ସହିତ ଆୟୋଜନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଯୋଜନାର ୨୦ ଜଣ ଲେଖାଏଁ ହିତାଧିକାରୀ ଏଥିପାଇଁ ପ୍ରସ୍ତୁତ ରହିବେ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାଂସଦ,ବିଧାୟକ, ଜିଲାପରିଷଦ ଅଧ୍ୟକ୍ଷ,ଏନଏସି ଅଧ୍ୟକ୍ଷ, ସମସ୍ତ ବ୍ଲକ ଅଧ୍ୟକ୍ଷ,ପଞ୍ଚାୟତିରାଜ ସଦସ୍ୟ,ସ୍ୱାଧୀନତା ସଂଗ୍ରାମୀ ଏବଂ ତାଙ୍କର ପରିବାରବର୍ଗ,ବୁଦ୍ଧିଜିବୀ,ବରିଷ୍ଠ ନାଗରିକ,ସମସ୍ତ ବ୍ୟାଙ୍କର ପ୍ରତିନିଧି, ସମସ୍ତ ସରକାରୀ ଅଧିକାରୀ,ସ୍ୱେଛାସେବୀ ସଂଗଠନ,ସାମାଜିକ ସଂଗଠନ ଓ ଗଣମାଧ୍ୟମ ପ୍ରତିନିଧିମାନେ ବହୁଳ ସଂଖ୍ୟାରେ ଯୋଗଦେବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ମଇ ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ସାମାଜିକ ଗଣମାଧ୍ୟମ ,ସମ୍ବାଦପତ୍ର,ବୈଦ୍ୟୁତିକ ଗଣମାଧ୍ୟମରେ ସରକାରଙ୍କ ଏହି ଯୋଜନା ଅନ୍ତର୍ଗତ ସଫଳ କାହାଣୀ ଗୁଡିକ ପ୍ରଚାର ପ୍ରସାର କରାଯିବାକୁ ଜିଲାପାଳ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେରଙ୍କ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

Related Articles

Popular Categories