www.samajalive.in
Tuesday, December 9, 2025
19.1 C
Bhubaneswar

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପରିଦର୍ଶନ

ବୌଦ୍ଧ : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟକାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର ଦିନିକିଆ ବୌଦ୍ଧଜିଲା ଗସ୍ତରେ  ଆସି ଜିଲାର ବହୁ ଚର୍ଚ୍ଚିତ ପର୍ଯ୍ୟଟନସ୍ଥଳୀ ପାତାଳୀ ଶ୍ରୀକ୍ଷେତ୍ର ନାୟକପଡା ଗୁମ୍ପା ଓ ପ୍ରସ୍ତାବିତ ପ୍ରାକୃତିକ ଉଦ୍ୟାନ ପକଳ୍ପ ନନ୍ଦନବନ ପରିଦର୍ଶନ କରିଥିଲେ। ହରଭଙ୍ଗା ବ୍ଳକ ବାମଣ୍ଡା ପଞ୍ଚାୟତର ନାୟକପଡା ଗୁମ୍ଫାର ପ୍ରାକୃତିକ ପରିବେଶ ଶ୍ରୀମିଶ୍ର ବୁଲି ଦେଖିବା ସହିତ ଏହାକୁ ପର୍ଯ୍ୟଟନ ସ୍ଥଳୀ ଭାବରେ ଜିଲା ପ୍ରଶାସନ ପକ୍ଷରୁ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ। ସେହିପରି ବୀରନରସିଂହପୁରଠାରେ ପ୍ରାସ୍ତାବିତ ନନ୍ଦନବନ ପ୍ରାକୃତିକ ଉଦ୍ୟାନ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା ସହିତ ଏହି ପ୍ରକଳ୍ପ ସଂପୁର୍ଣ୍ଣ ହେଲେ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ପରିଗଣିତ ହେବ ବୋଲି ପ୍ରକାଶ କରିଥିଲେ। ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ଶ୍ରୀମିଶ୍ରଙ୍କୁ ଉଭୟ ସ୍ଥାନ ଓ ପ୍ରକଳ୍ପର ଗୁରୁତ୍ୱ ସଂପର୍କରେ ଅବଗତ କରାଇଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories