www.samajalive.in
Sunday, December 14, 2025
23.1 C
Bhubaneswar

ବୌଦ୍ଧ ରାମଲୀଳା ଯାତ୍ରାର ମଞ୍ଚସ୍ଥ ହେଲା ନାଟକ ଲକ୍ଷ୍ମଣ ଶକ୍ତିଭେଦ

ବୌଦ୍ଧ: ବୌଦ୍ଧଗଡ଼ଜାତର ଗଣପର୍ବ ପ୍ରସିଦ୍ଧ ରାମଲୀଳା ଯାତ୍ରାର ଶନିବାର ଦିନ ତ୍ରୟୋଦଶ ଦିବସରେ ମଞ୍ଚସ୍ଥ ହୋଇଛି ନାଟକ ଲକ୍ଷ୍ମଣ ଶକ୍ତିଭେଦ। ରାବଣର ଅଳିଅଳ ପୁତ୍ର ଇନ୍ଦ୍ରଜିତର ଯଜ୍ଞ ଭଙ୍ଗ ଓ ଲକ୍ଷ୍ମଣଙ୍କ ହସ୍ତରେ ମୃତ୍ୟୁ ଖବର ପାଇ ମର୍ମାହତ ହୋଇଛି ଦଶାନନ ରାବଣ। ପୁତ୍ର ମୃତ୍ୟୁରେ ଜର୍ଜରିତ ରାବଣ ନିଜେ ଯୁଦ୍ଧକୁ ଯାଇ ଭାତୃ ଦ୍ରୋହୀ ବିଭୀଷଣ ସହ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ମାରିବା ପାଇଁ ପ୍ରସ୍ତୁତ ହୋଇଛି। ଘରେ ସାଇତି ରଖି ପୁଜାର୍ଚ୍ଚନା କରୁଥିବା ଅମଘୋ ଏକଘ୍ନି ଅସ୍ତ୍ର ଧରି ରାବଣ ବାହରି ପଡ଼ିଛି ରଣକ୍ଷେତ୍ରେ। ବିଭିଷଣ ଘରର ଶତୃୁ ପାଲଟି ସବଂଶେ ମରାଇଛି, ତେଣୁ ପ୍ରତିଶୋଧର ଜ୍ୱାଳାରେ ରାବଣ ଯୁଦ୍ଧ କେୁ ଓହ୍ଲାଇଛି। ରାବଣ ଏକଘ୍ନି ଶାୟକ ଅସ୍ତ୍ର ଭାତୃ ବିଭୀଷଣକୁ ମାରିବାବେଳେ ଅସ୍ତ୍ର ବାଜିଛି ଲକ୍ଷ୍ମଣଙ୍କ ଦେହରେ। ଯୁଦ୍ଧକ୍ଷେତ୍ରରେ ଅଚେତ ହୋଇ ଟଳି ପଡ଼ିଛନ୍ତି ଲକ୍ଷ୍ମଣ। ଲକ୍ଷ୍ମଣ ଟଳି ପଡ଼ିବା ପରେ ଛତ୍ରଭଙ୍ଗ ଦେଇଛି ରାବଣ।

ଅସ୍ତ୍ରର ଆଘାତରେ ଅଚେତ ହୋଇପଡ଼ିଥିବା ଲକ୍ଷ୍ମଣଙ୍କୁ ଦେଖି ବିଳଚିତ ହୋଇପଡ଼ିଛନ୍ତି ପ୍ରଭୁ ଶ୍ରୀରାମ। ଶୁଷେଣ ବୈଦ୍ୟର ପରାମର୍ଶକ୍ରମେ ଶ୍ରରାମଙ୍କ ଆଦେଶରେ ହନୁମାନ ଗନ୍ଧମାର୍ଦ୍ଦନରୁ ବିଷଲ୍ୟକରଣୀ ଓøଷଧ ଆଣି ବଞ୍ଚାଇ ପାରିଛନ୍ତି ଲକ୍ଷ୍ମଣଙ୍କ ଜୀବନ। ଯେଉଁ ରାତିକି ସତୀଙ୍କ କଥାରେ ହୋଇଲା ସାତଦିନ ସାତରାତି ନପାହୁ ରାତି ନମରୁ ପତି। ନାଟକକୁ ନିଖୁଣ ଭାବେ ଅନୁଷ୍ଠାନର କଳାକାରମାନେ ପ୍ରଦର୍ଶିତ କରିଥିଲେ। ନାଟକକୁ ହୃଦାନନ୍ଦ ମେହେର ରଚନା କରିଥିବାବେଳେ ଭବାନିଶଙ୍କର ମହାପାତ୍ର ନିର୍ଦ୍ଦେଶନା ଓ ତୁଷାରକାନ୍ତ ପଟ୍ଟନାୟକ ସଙ୍ଗିତ ନିର୍ଦ୍ଦେଶନା ଦେଇଛନ୍ତି। ଇନ୍ଦ୍ରଜିତ ବଧ ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କ ଭିଡ ଲାଗିରହିଥିଲା।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories