www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରୀରାମଲୀଳା ଅବସରରେ ବୌଦ୍ଧ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ଉଦଘାଟିତ

ବୌଦ୍ଧ: ବୌଦ୍ଧର ଗଣପର୍ବ ଶ୍ରୀରାମଲୀଳା ଅବସରରେ କଚେରୀ ଖେଳପଡ଼ିଆଠାରେ ଉଦଘାଟିତ ହୋଇଛି ପଲ୍ଲିଶ୍ରୀ ଓ ପୁସ୍ତକ ମେଳା। ଗଣପର୍ବ ଶ୍ରୀରାମଲୀଳାକୁ ନେଇ ସାରା ଜିଲାରେ ଉତ୍ସବର ମାହୋଲ। ଜିଲାରେ ଅନେକ ଗ୍ରାମରେ ରାମଲୀଳା ଯାତ୍ରା ସମାପନ ହୋଇ ସାରିଥିବା ବେଳେ ବୌଦ୍ଧ ସହରର ରଘୁନାଥ ମନ୍ଦିରଠାରେ ଚାଲିଥିବା ମୁଖ୍ୟଯାତ୍ରା ତ୍ରୟୋଦଶ ଦିବସରେ ପହଞ୍ଚିଛି। ୧୮ ଦିନ ଧରି ହେବାକୁ ଥିବା ଏହି ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କଚେରୀ ଖେଳ ପଡ଼ିଆଠାରେ ୫ଦିନ ଧରି ଆରମ୍ଭ ହୋଇଛି ପଲ୍ଲିଶ୍ରୀ ଓ ପୁସ୍ତକ ମେଳା। ଅପରାହ୍ନରେ ରଘୁନାଥ ମନ୍ଦିରରେ ପୂଜାର୍ଚ୍ଚନା ପରେ ରାମଲୀଳା ପଡ଼ିଆଠାରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ବାହାରି ମେଳା ପଡ଼ିଆ ଅଭିମୂଖେ ବାହାରିଥିଲା।

ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଏନଏସି ଅଧ୍ୟକ୍ଷ ତଥା ରାମଲୀଳା ନାଟ୍ୟ ସଂସଦର ସଭାପତି ମୃତ୍ୟୁଞ୍ଜୟ ମିଶ୍ର ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେରଙ୍କ ସମେତ ଅନେକ ପଦାଧିକାରୀ, ବୁଦ୍ଧଜିବୀ ଓ ଶହ ଶହ ସଂଖ୍ୟାରେ କଳାକାର ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରା ମେଳା ପଡ଼ିଆଠାରେ ପହଞ୍ଚିବାପରେ ମୁଖ୍ୟଅତିଥି ଭାବରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଏହି ମେଳାକୁ ଉଦଘାଟନ କରିଥିଲେ। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ସିଂହ ବୌଦ୍ଧର ରାମଲୀଳା ଯାତ୍ରାକୁ ରାଜ୍ୟ ସରକାର ମାନ୍ୟତା ପ୍ରଦାନ କରିଥିବାରୁ ଖୁସି ବ୍ୟକ୍ତ କରିବା ସହିିତ ଏହାଦ୍ୱାରା ଅଞ୍ଚଳ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି ବୋଲି ପ୍ରକାଶ କରିଥିଲେ।

- Advertisement -

ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ବୌଦ୍ଧ ରାମଲୀଳାର ଐତିହାସିକ ଗୁରୁତ୍ୱ ସଂପର୍କରେ ଆଲୋଚନା କରିବା ସହିତ ବୌଦ୍ଧର ଐତିହ୍ୟ , ସଂସ୍କୃତି ଓ କିର୍ତ୍ତିରାଜୀ ପୂରାତନ ଓ ମହାନ ବୋଲି ପ୍ରକାଶ କରିଥିଲେ। ଜିଲାପାଳଙ୍କ ସୁପାରିଶକ୍ରମେ ରାଜ୍ୟ ସରକାର ରାମଲୀଳା ଯାତ୍ରାର ଅନ୍ତିମ ଦିବସ ଶ୍ରରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ଦିବସକୁ ସରକାରୀ ଛୁଟି ଘୋଷଣା କରିଥିବାରୁ ଏବଂ ରାମଲୀଳା ଯାତ୍ରାର ଆକର୍ଷଣ ବୃଦ୍ଧି ପାଇଁ ଏଥିସହିତ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ଆୟୋଜନ କରାଯାଇଥିବାରୁ ଅଧ୍ୟକ୍ଷ ଶ୍ରୀମିଶ୍ର କୃତଜ୍ଞତା ପ୍ରକାଶ କରିଥିଲେ। ଜିଲାପାଳ ଶ୍ରୀ ମିଶ୍ର ନିଜର ସଭାପତି ଭାଷଣ ପ୍ରଦାନ କରି ଏହି ଶ୍ରୀରାମଲୀଳା ଯାତ୍ରାର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି,ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର ଯୋଗଦେଇଥିଲେ। ପ୍ରାରମ୍ଭରେ ବୌଦ୍ଧର ପାରମ୍ପରିକ ମାଲେଶ୍ୱରୀ ବାଦ୍ୟ ଓ ଶୁଭ ମହୁରୀ ବଜାଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା।

ଶେଷରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ। ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଏବଂ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଫୁଲବାଣୀର ନଟରାଜ କଳାପରିଷଦ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିବାବେଳେ ସୁବର୍ଣ୍ଣପୁରର ପଏଁରୀ ଅନୁଷ୍ଠାନ ଏବଂ ପଦ୍ମିନୀ ଦୋରା ଓ ସାଥୀଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ପଲ୍ଲିଶ୍ରୀ ମେଳାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶହେ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦେଇଥିିବାବେଳେ ପୁସ୍ତକ ମେଳାରେ ୩୦ ଗୋଟି ଷ୍ଟଲ ଓ ବିଭିନ୍ନ ବିଭାଗୀୟ ଷ୍ଟଲକୁ ମିଶାଇ ୧୫୭ ଗୋଟି ଷ୍ଟଲ ଖୋଲାଯାଇଥିବା ଜଣାଯାଇଛି। ବହୁ ସଂଖ୍ୟାରେ ଦର୍ଶକ ମେଳାରେ ସମବେତ ହୋଇ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ଆସନ୍ତାକାଲି ମଞ୍ଚରେ ରାଜ୍ୟର ବଛା ବଛା କବିଙ୍କ ଦ୍ୱାରା ବ୍ୟଙ୍ଗକବି ସମ୍ମିଳନୀ ସହିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories