ଅଧପନ୍ତରିଆ ହୋଇ ପଡିରହିଛି ଛକର ଗୋଲେଇ କାମ

ବୌଦ୍ଧ: ବୌଦ୍ଧ ସହରର ସୌନ୍ଦର୍ଯ୍ୟକରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସହରର ମହାନଦୀ ବ୍ରିଜ ଛକ ହେଉ ଅବା ମହାନଦୀରେ ସେତୁରେ ଆଲୋକିକରଣ, ହନୁମାନ ମନ୍ଦିର ଠାରେ ମିନି ପାର୍କ ନିର୍ମାଣ ଏବଂ ସହରର ରାସ୍ତା ଘାଟ ଆଦି ନିର୍ମାଣ ନେଇ ପ୍ରଶାସନ ପକ୍ଷରୁ ଅନେକ ଭଲ କାମ କରାଯାଇଛି। ଯାହାକୁ ନେଇ ଲୋକମାନେ ମଧ୍ୟ ଖୁବ୍‍ ପ୍ରଶଂସା କରିଛନ୍ତି। ହେଲେ ସହରରେ ଆହୁରି ଅନେକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଯୋଜନା ଚାଲୁ ରହିଛି। ଏପରିକି ଅନେକ କାର୍ଯ୍ୟ ବାରମ୍ବାର ଭଙ୍ଗା ଗଢାରେ ଚାଲୁ ରହିଛି। ଯାହା ଫଳରେ ସରକାରୀ ଅର୍ଥ ଅଯଥାରେ ମଧ୍ୟ ଖର୍ଚ୍ଚ ହେବାରେ ଲାଗିଛି। ଆଉ କିଛି କାର୍ଯ୍ୟ ଦୀର୍ଘ ଦିନ ହେବ ପଡି ରହିଛି। ସେଥି ମଧ୍ୟରୁ ସହରର ନୂଆଁସାହି ଛକଠାରେ ହେବାକୁ ଥିବା ଗୋଲେଇ ଛକ କାର୍ଯ୍ୟ।

prayash

ଏହି ଗୋଲେଇ କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ଦିନ ହେବ ପଡିରହିଛି। ଯାହାଫଳରେ ଜନସାଧାରଣ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହରର ୱାରଲେସ ଛକ ଠାରୁ ନୂଆସାହି ଛକ ଦେଇ ଗୋଟିଏ ପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଡକୁ ଯାଇଥିବା ବେଳେ ଆରପଟେ ବୁଟୁପାଲି ଆଡକୁ ଯାଇଛି। ଏହି ସ୍ଥାନଟି ପ୍ରାୟତଃ ଜନଗହଳି ସ୍ଥାନ ହୋଇଥିବା ବେଳେ ଜନଗହଳିକୁ ନିୟନ୍ତ୍ରଣ, ରାସ୍ତାର ପ୍ରଶସ୍ତିକରଣ ଓ ନୂଆସାହି ଛକର ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରଶାସନ ପକ୍ଷରୁ ଏହି ଗୋଲେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଥିପାଇଁ ଏଠାରେ ଥିବା ବଡ ବଡ ଗଛକୁ କଟା ଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୂର୍ବରୁ ଏନଏସି ପକ୍ଷରୁ ସ୍ଥାପିତ ଏକ ପାନୀୟଜଳ ପ୍ରକଳ୍ପ ଓ ମଧୁବାବୁଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ସେଠାରୁ ହଟାଯାଇଥିଲା। ହେଲେ ବର୍ତ୍ତମାନ ଏହି କାର୍ଯ୍ୟ ଅଧାରେ ପଡିରହିଛି। ଏହି ବାଟ ଦେଇ ଯାଉଥିବା ଯାତ୍ରୀମାନେ ଯିବା ଆସିବା କରିବାରେ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ କରୁଛନ୍ତି। ପ୍ରତିଦିନ ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ ସ୍କୁଲ, କଲେଜ ଯାଉଛନ୍ତି। ପାଖରେ ଜିଲା ସଂଗ୍ରହାଳୟ ମଧ୍ୟ ରହିଛି। ବିଭିନ୍ନ କାର୍ଯ୍ୟକ୍ରମମାନ ଏଠାରେ କରାଯାଉଛି।

ଏହାବ୍ୟତୀତ ଏହି ରାସ୍ତା ଦେଇ ଜିଲାପାଳ, ଜିଲା କୋର୍ଟ ଓ ଏସପିଙ୍କ କାର୍ଯ୍ୟାଳୟ ସମତେ ଅନେକ ପ୍ରମୁଖ କାର୍ଯ୍ୟାଳୟକୁ ପ୍ରତିଦିନ ଶହ ଶହ ସଂଖ୍ୟାରେ କର୍ମଚାରୀ ଓ ସାଧାରଣଲୋକ ଯିବା ଆସିବା କରିଥାନ୍ତି। ଯାହାଫଳରେ ଏହି ରାସ୍ତାରେ ଟ୍ରାଫିକ ବହୁପରିମାଣରେ ବୃଦ୍ଧି ପାଉଅଛି। ଏହି ରାସ୍ତାଟି ସହରର ଏକ ପ୍ରମୁଖ ରାସ୍ତା ହୋଇଥିବାବେଳେ ଅଧପନ୍ତରିଆ ହୋଇ କାର୍ଯ୍ୟ ପଡିରହିବା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେଣୁ ଏହି ଗୋଲେଇ କାର୍ଯ୍ୟକୁ ତୁରନ୍ତ ସଂପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ପୂର୍ତ ବିଭାଗ ନିର୍ବାହୀଯନ୍ତ୍ରୀ ପ୍ରଭାତ ଦାଶଙ୍କୁ ପଚାରିବାରୁ କାମରେ କିଛିଟା ପରିବର୍ତନ ହେବାର ଅଛି ଯେହେତୁ ନିର୍ବାଚନ ଆଚରଣବିଧି ଲାଗୁ ହୋଇଗଲା ସେଥିପାଇଁ କାର୍ଯ୍ୟ ଆଗେଇ ପାରିନଥିବା ପ୍ରକାଶ କରିଛନ୍ତି।

kalyan agarbati

Comments are closed.