www.samajalive.in
Friday, December 12, 2025
15.1 C
Bhubaneswar

ଜିଲ୍ଲା ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ: ବୌଦ୍ଧ ଜିଲ୍ଲା ସ୍ତରୀୟ ମାର୍ଚ୍ଚ ମାସର ଶିକ୍ଷା ସମୀକ୍ଷା ବୈଠକ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସମଗ୍ରଶିକ୍ଷା କାର୍ୟ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଡ଼ଃ ଉଦୟନାଥ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ୟ୍ୟାଳୟର ପ୍ରୋଗ୍ରାମ ଅଫିସର ସସ୍ମିତା ହୋତା ମଞ୍ଚାସୀନ ଥିଲେ। ବିଦ୍ୟାଳୟ ପରିସର ତଥା ଶୌଚାଳୟ ପରିଷ୍କାର ପରିଛନ୍ନ ରଖିବା, ଏଫ ଏଲ ଏନର ଅଭ୍ୟାସ କାର୍ୟ୍ୟ ସଂଶୋଧନ କରିବା, ପିଲାଙ୍କର ଉପସ୍ଥାନ ବୃଦ୍ଧି ସକାଶେ ଅଭିଭାବକ ସମ୍ପର୍କ କରିବା,ପିଲାଙ୍କର ଟୀକାକାରଣ ନିଶ୍ଚିତ କରିବା, ପିଲାଙ୍କୁ ତୁଣ୍ଡି ପିନ୍ଧିବା ନିଶ୍ଚିତ କରିବା, ଖରା ତାତି ବଢ଼ୁଥିବାରୁ ପିଇବା ପାଣି ବ୍ୟବସ୍ଥା ନିଶ୍ଚିତ କରିବା, ବିଦ୍ୟାଳୟ ଜମି ପଟ୍ଟା ସମସ୍ୟା ବୁଝିବା ଆଦି ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷିକା ସସ୍ମିତା ପ୍ରଧାନ ଗତ ମାର୍ଚ୍ଚ ଦୁଇ ତାରିଖରୁ ହୋଇଥିବା ଆନନ୍ଦମୟ ଶିକ୍ଷା, ବେସଲାଇନ ପରୀକ୍ଷଣ, ନିପୁଣଭାରତର କର୍ମଶାଳା ଓ ଗଣିତ ଏବଂ ଭାଷା ଉପରେ ହୋଇଥିବା ପ୍ରଶ୍ନ ବ୍ୟାଙ୍କ ପାଇଁ ପ୍ରଶ୍ନପ୍ରସ୍ତୁତି କର୍ମଶାଳା ଉପରେ ବକ୍ତବ୍ୟ ରଖିଥିଲେ। ପେଡାଗୋଜି ସଂଯୋଜକ ଶିବଶଙ୍କର ଶତପଥୀ ପ୍ରଥମରୁ ପଞ୍ଚମ ବେସଲାଇନ ପରୀକ୍ଷଣର ତର୍ଜମା ଚାଲିଛି ବୋଲି ସୂଚନା ଦେଇଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ଆସନ୍ତା ଏପ୍ରିଲ ୪ ତାରିଖ ବ୍ଲକ ସ୍ତରରେ ଏବଂ ୭ଓ ୮ତାରିଖରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧ ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ଘରୋଇ ବିଦ୍ୟାଳୟରେ ୨୫ଶତକଡା ମାଗଣା ନାମଲେଖା ଉପରେ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରିଶଙ୍କର ଦଣ୍ଡସେନା ସୂଚନା ଦେଇଥିଲେ। ଜିଲ୍ଲା ଯୋଜନା ସଂଯୋଜକ ଦେବାଶିଷ ଦ୍ୱାରି ବିଦ୍ୟାଳୟ ମନିଟରିଙ୍ଗ ଓ ମୋ ସ୍କୁଲ ଅଭିଯାନ ଉପରେ ଆଲୋଚନା କରି କାର୍ୟ୍ୟ ସରିଥିବା ପ୍ରକଳ୍ପଗୁଡିକର ୟୁ ସି ଦେବକୁ ସୂଚନା ଦେଇଥିଲେ। ଜିଲ୍ଲାର ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଫାଲ୍ଗୁନୀ ମାଝୀ, କମଳକାନ୍ତ ଦଳବେହେରା, ଅଖିଳ କୁମାର ପ୍ରଧାନ, ଜଗତ ମଲ୍ଲିକ, ସ୍ୱରାଜ କହଁର, ମା ମାହେଶ୍ୱରୀ କଲେଜ ବାଉଁଶୁଣୀ ଅଧ୍ୟକ୍ଷ ମାନଭଂଜନ ତ୍ରିପାଠୀ, ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ରାଜାଲଷ୍ମୀ ପଣ୍ଡା, ସି ଆର ସି ସି ରାଜକୁମାର ପ୍ରଧାନ, ସନ୍ତୋଷ କୁମାର କର୍ଣ୍ଣ, ସଞ୍ଜୟ କୁମାର ଦେହୁରୀ, ପ୍ରସନ୍ନ କୁମାର ଭୋକ୍ତା, ଧରଣୀ ଧର ମେହେର, ଶ୍ରୀଧର ନାଏକ, ପ୍ରଜିଣା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories