www.samajalive.in
Saturday, December 13, 2025
21.1 C
Bhubaneswar

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବା ଯୁବକମାନଙ୍କୁ ପୁରସ୍କାର

ବୌଦ୍ଧ: ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗୁଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବେ ‘ରକ୍ଷକ’ ନାମକ ଏକ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଥମ ଗୋଟିଏ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ପ୍ରାଥମିକ ଚିକିତ୍ସା ତୁରନ୍ତ କରାଗଲେ ମୃତ୍ୟୁହାର ଯଥେଷ୍ଟ କମିବାର ସମ୍ଭାବନା ରହିଛି। ତେଣୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ପାଇଁ ୨୦୦୦ ଟଙ୍କା ପୁରସ୍କାର ରାଶି ଜିଲ୍ଲା ଆଞ୍ଚଳିକ ପରିବହନ ତରଫରୁ ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ବୌଦ୍ଧ ଜିଲ୍ଲାରେ ମଧ୍ୟ ଦିନକୁ ଦିନ ସଡ଼କ ଦୁର୍ଘଟଣା ଘଟିଚାଲିଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିବା ୪ ଜଣ ଯୁବକଙ୍କୁ ଆଜି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୨୦୦୦ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରିଛନ୍ତି । ଚେକ୍ ପ୍ରଦାନ ସମୟରେ ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀ ଅମରେଶ ପାତ୍ର, ଅତିରିକ୍ତ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସାଲମୁଖ ମୁର୍ମୁ, ସୁରେଶଚନ୍ଦ୍ର ମେହେର ଉପସ୍ଥିତ ଥିଲେ । ୪ ଜଣ ଯୁବକ ସୁମନ୍ତ ମେହେର, ବିକାଶ ମହାଲିକ, ରଞ୍ଜନ ନାଏକ, ଅନ୍ତର୍ୟ୍ୟାମୀ କୁମ୍ଭାରଙ୍କୁ ଜିଲ୍ଲାପାଳ ଭୂରି ଭୂରି ପ୍ରଶଂସା କରିବା ସହିତ ଏଭଳି ମହାନ୍ କାଯ୍ୟ ଜାରି ରଖିବା ପାଇଁ ଉପଦେଶ ଦେଇଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories