ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବଘିଆପଡା ସେବା ସମବାୟ ସମିତି ଆଗରେ ଚାଷୀଙ୍କ ଶହ ଶହ ବସ୍ତା ଧାନ ଦୀର୍ଘ ଦିନ ହେବ ପଡ଼ି ରହିଥିବା ବେଳେ ଆଜି ବିଜେପିର କିଛି କର୍ମକର୍ତ୍ତା ଏହା ଜାଣି ସେଠାରେ ପହଞ୍ଚି ଥିଲେ। ହେଲେ ଧାନ ବସ୍ତା ପଡ଼ିଥିବା ବେଳେ ସମିତିରେ କେହି ନ ଥିଲେ। ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ମୁଣ୍ଡାପଡା ମଣ୍ଡଳ ସଭାପତି ଯୀଶୁ ପଧାନ, ବିଜେପି ନେତା ପ୍ରତାପ କର୍ଣ୍ଣ, ବଂଶୀଧର ମହାକୁଡ,ଅଶୋକ ସିଂହ, ଅଭୟ ସିଂହ ସହିତ ଚାଷୀ ଶ୍ରୀବନ୍ତ ମାଝୀ, ଗୋକୁଳ ଭୁକ୍ତା, ଗୋକୁଳେଶ୍ୱର ଭୋଇ, ଛବିନ୍ଦ୍ର ବେହେରା, ବିରବର ମୁଦୁଲି, ଦଶରଥ ବେହେରା, ସୁଶାନ୍ତ ମିର୍ଦ୍ଧା ସମେତ ଅନେକ ଚାଷୀ ଥିଲେ। ମଣ୍ଡିରୁ ଧାନ ଉଠାଣ ପାଇଁ ବିଭିନ୍ନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଧାନ ଉଠି ନଥିବା ସେମାନେ ଅଭିଯୋଗ କରିଛନ୍ତି।

Comments are closed.