www.samajalive.in
Sunday, December 14, 2025
23.1 C
Bhubaneswar

ପୋଲ ପାଲଟିଛି ମରଣ ଯନ୍ତା

ବୌଦ୍ଧ : ବୌଦ୍ଧ ଜିଲାର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ହରେକୃଷ୍ଣପୁର ଶିବ ମନ୍ଦିର ସମ୍ମୁଖରେ ନୂତନ ଭାବରେ ନିର୍ମାଣ ହୋଇଥିବା ପୋଲ ଏବେ ଯାତ୍ରୀମାନଙ୍କ ପାଇଁ ବିପଦର କାରଣ ହେବାସହ ମରଣ ଯନ୍ତାରେ ପରିଣତ ହୋଇଛି। ପୂର୍ବରୁ ଏହି ସ୍ଥାନରେ ରାଜାରାଜୁଡା ଅମଳରେ ନିର୍ମାଣ ହୋଇଥିବା ଅଣ ଓସାରିଆ ପୋଲରେ ବାରମ୍ବାର ଦୁର୍ଘଟଣା ହେବା ସହ ବହୁ ଲୋକଙ୍କ ଜୀବନ ହାନି ହୋଇଛି। ଜାତୀୟ ରାଜପଥ ନିର୍ମାଣ ପରେ ମଧ୍ୟ ଏହି ପୋଲ କାମ ଦୀର୍ଘଦିନ ପର୍ଯ୍ୟନ୍ତ ପଡି ରହିଥିଲା। ଦୁର୍ଘଟଣା ସଂଖ୍ୟା ବୃଦ୍ଧି ହେବା ସହିତ ଲୋକଙ୍କ ପକ୍ଷରୁ ଦାବି ଓ ଜିଲାପ୍ରଶାସନର ହସ୍ତକ୍ଷେପ ଫଳରେ ଏହିଠାରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ଗତବର୍ଷ ଶେଷ ହୋଇଥିଲା। କିନ୍ତୁ ନୂତନ ପୋଲର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେବା ସହିତ ବହୁ ସ୍ଥାନରେ କଂକ୍ରିଟ ଫାଟି ଲୁହାଛଡ ସବୁ ବାହାରକୁ ବାହାରି ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହେଉଅଛି। ବାରମ୍ବାର ଲୁହାଛଡ ଗୁଡିକ ବାହାରିବା ପରେ ଠିକା ସଂସ୍ଥା ପକ୍ଷରୁ ଉକ୍ତ ପୋଲ ଉପରେ କିଛି ପିଚୁ ଦେଇ ମରାମତି କରି ଦିଆଯାଉଅଛି। ମରାମତିର ଅଳ୍ପଦିନ ପରେ ପୋଲ ଉପରୁ ରଡ ଗୁଡିକ ପୁଣିଥରେ ବାହରି ପଡୁଛି।

 

- Advertisement -

ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ସଂଖ୍ୟାରେ ଯାନବାହାନ ଚଳାଚଳ କରୁଅଛି। କିନ୍ତୁ ବିପଦଜନକ ଭାବରେ ପଡି ରହିଥିବା ହରେକୃଷ୍ଣପୁର ପୋଲ କାମ ଉପରେ କାହାର ଶୁଭ ଦୃଷ୍ଟି ପଡିପାରୁନାହିଁ। ଠିକା ସଂସ୍ଥା ପକ୍ଷରୁ କେବଳ ଏହି ପୋଲ ନୁହେଁ ରାସ୍ତା ସଂପ୍ରସାରଣ କାର୍ଯ୍ୟ ମଧ୍ୟ ଅତି ନିମ୍ନ ମାନର କରାଯାଉଥିବା ନେଇ ଅଭିଯୋଗ ହେଉଅଛି। ଜାତୀୟ ରାଜପଥ ବିଭାଗର ଯନ୍ତ୍ରୀମାନଙ୍କ ନିକଟରେ ଏ ସମ୍ପର୍କରେ ସୂଚନା ଥିଲେ ମଧ୍ୟ ଠିକା ସଂସ୍ଥା ଦ୍ୱାରା ପ୍ରଭାବିତ ହୋଇ ଚେଇଁ ଶୋଇବାର ଅଭିନୟ କରୁଥିବା ଅଭିଯୋଗ ହେଉଅଛି। ତେଣୁ ଜିଲାପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ପୋଲ ଉପରେ ବିପଦଜନକ ଭାବରେ ବାହାରି ରହିଥିବା ଛଡ ଉପରେ ତୁରନ୍ତ କଂକ୍ରିଟ୍ ଢାଳି ଠିକ୍ ଭାବରେ ମରାମତି କରାଯିବାକୁ ସାଧାରଣରେ ଦାବି ହେଉଅଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories