www.samajalive.in
Sunday, December 14, 2025
26.1 C
Bhubaneswar

ସରକାରୀ ଯୋଜାନକୁ ନେଇ ପ୍ରଶ୍ନବାଚୀ, ପୁଅର ଅସ୍ତ୍ରୋପଚାର ପାଇଁ ଦିଲ୍ଲୀ ଏମ୍ସକୁ ଯାଇ ବାପାମା ନିରାଶ

ବୌଦ୍ଧ: ସାଢେ ଚାରି ବର୍ଷ ପୁଅର ଓପନ ହାର୍ଟ ସର୍ଜରୀ ପାଇଁ ବାପା ମା ଦିଲ୍ଲୀ ଏମ୍ସକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡିଲେଣି ହେଲେ ଅସ୍ତ୍ରୋପଚାର ହୋଇପାରୁନାହିଁ। ଅସ୍ତ୍ରୋପଚାର ପାଇଁ ଅଗ୍ରିମ ୮୦ ହଜାର ଟଙ୍କା ଡିପୋଜିଟ ଓ ୪ ୟୁନିଟ (୪ ପ୍ୟାକେଟ) ରକ୍ତ ଆଗୁଆ ଯୋଗାଡ଼ ହୋଇସାରିଛି। ହେଲେ ଡାକ୍ତର ସମୟ ଦେଉନାହାନ୍ତି ଅସ୍ତ୍ରୋପଚାର ପାଇଁ। ସମୟ ଆସିଲେ କରାଯିବ, ଶଯ୍ୟାର ଅଭାବ, ଅସ୍ତ୍ରୋପଚାର ପାଇଁ ଆଗୁଆ ଲୋକ ଅପେକ୍ଷା ରହିଛନ୍ତି ଆଦି କହି ତାଙ୍କୁ ଫେରାଇ ଦିଆଯାଉଛି।

ଅସ୍ତ୍ରୋପଚାର ପାଇଁ ପ୍ରାୟ ୨୦ ଥର ଦିଲ୍ଲୀ ଏମ୍ସକୁୁ ଧାଇଁ ଧାଇଁ ଏବେ ବାପା ମା ନିରାଶ ହୋଇପଡିଲେଣି। ଏଥିପାଇଁ ସେମାନେ ଏବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦ୍ୱାରା ଜଣାଇବାକୁ ନିଷ୍ପତି ଗ୍ରହଣ କରିଛନ୍ତି। ଘଟଣାଟି ହେଉଛି ବୌଦ୍ଧ ଜିଲା ମନୁପାଲି ପଂଚାୟତର ମହୁଲି ଗ୍ରାମର। ଗ୍ରାମର କ୍ଷମାନିଧି ସାହୁ ବୌଦ୍ଧ ପୁଲିସ ବିଭାଗରେ କନେଷ୍ଟବଳ ଭାବରେ ଚାକିରୀ କରୁଥିବା ବେଳେ ସେ ବର୍ତ୍ତମାନ ବୌଦ୍ଧ ସଦର ମହକୁମାରେ ରହୁଛନ୍ତି। ତାଙ୍କର ଏକ ମାତ୍ର ପୁତ୍ର ନିଗମ ସାହୁ ୨୦୧୮ ମସିହାରେ ଜନ୍ମ ଗ୍ରହଣ କରିଥିଲା। ଜନ୍ମର ପାଞ୍ଚମାସ ପରେ ନିଗମ ହଠାତ ଅସୁସ୍ଥ ହୋଇ ପଡିଲା। ପରିବାର ଲୋକ ତାକୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ହାର୍ଟ ସମସ୍ୟା ଥିବା କହିଥିଲେ। ପୁଅର ଚିକିତ୍ସା ପାଇଁ ପରିବାର ଲାଗି ପଡିଲେ ଓ ସମ୍ବଲପୁର ନେଇଥିଲେ। ସମ୍ବଲପୁରରେ ଡାକ୍ତରଙ୍କ ସହ ଆଲୋଚନାପରେ ଛତିଶଗଡର ରାୟପୁରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଦିଲ୍ଲୀ ଏମ୍ସ କିମ୍ବା କୋଲକାତା ନେବାକୁ ପରାମର୍ଶ ଦେଇଥିଲେ।

- Advertisement -

ଡାକ୍ତରଙ୍କ କହିବା ଅନୁଯାଇ ନିଗମକୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା। ସେଠାରେ ଡାକ୍ତର ବାଇପାଶ ସର୍ଜରୀ କରିଥିଲେ। ଯଦି ଏଥିରେ ଭଲ ନ ହୁଏ ତାହାହେଲେ ଆଉ ଏକ ବଡ ଅସ୍ତ୍ରୋପଚାର କରିବାକୁ ପଡିବ କହି ପଠାଇ ଦେଇଥିଲେ। ହେଲେ ଅସ୍ତ୍ରୋପଚାରରେ ଭଲ ନହେବାରୁ ବାଧ୍ୟ ହୋଇ ନିଗମକୁ ପୁଣି ଦିଲ୍ଲୀକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଏବେ ଅସ୍ତ୍ରୋପଚାର ପାଇଁ ଡାକ୍ତର ତାଙ୍କୁ ଆଉ ସମୟ ଦେଉନାହାନ୍ତି। ଚିକିତ୍ସା ହୋଇଯିବା ଆଶାରେ ପରିବାର ଲୋକ ନିଗମକୁ ନେଇ ବାରମ୍ବାର ଦିଲ୍ଲୀ ଦୈଡୁଛନ୍ତି। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ତୁମକୁ ଫୋନ କରିବୁ, ଶଯ୍ୟା ଅଭାବ, ଆଗରୁ ବହୁତ ଲୋକ ଅପେକ୍ଷାରେ ଅଛନ୍ତି କହି ଫେରାଇ ଦେଉଛନ୍ତି। ଶିଶୁ ନିଗମର ସ୍ୱାସ୍ଥ୍ୟ ମଧ୍ୟ ମଝିରେ ମଝିରେ ବିଗିଡିବାରେ ଲାଗୁଛି। ଯାହାକୁ ନେଇ ବାପା ମା ଚିନ୍ତା ପ୍ରକଟ କରୁଛନ୍ତି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକବର୍ଷ ତଳେ ଅସ୍ତ୍ରୋପଚାର ପାଇଁ ଅଗ୍ରୀମ ୮୦ ହଜାର ଟଙ୍କା ଓ ୪ ପ୍ୟାକେଟ ରକ୍ତ ସଂଗ୍ରହ କରି ଜମା କରାଯାଇଛି ହେଲେ ଅସ୍ତ୍ରପୋଚାର ପାଇଁ ସମୟ ମିଳିନାହିଁ। ତେଣୁ ତାଙ୍କ ଶିଶୁ ପୁତ୍ରକୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ପରିବାର ଲୋକ ଆକୁଳ ନିବେଦନ କରିଛନ୍ତି।

ବାରମ୍ବାର ଦିଲ୍ଲୀ ଧାଇଁ ଧାଇଁ ନିରାଶ ହୋଇସାରିଥିବା ନିଗମଙ୍କ ପରିବାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସହାୟତା ପାଇଁ ପତ୍ର ଲେଖିବାକୁ ନିଷ୍ପତି ନେଇଥିବା ପ୍ରକାଶ କରିଛନ୍ତି। ଗୋଟିଏ ପଟେ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ନିଗମ ଭଳି ନିଷ୍ପାପ ଶିଶୁକୁ ଟଙ୍କା ଦାଖଲର ଏକବର୍ଷ ପରେ ମଧ୍ୟ ଚିକିତ୍ସା ନମିଳିବା ଏହିସବୁ ଯୋଜନା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories