www.samajalive.in
Friday, December 12, 2025
27.1 C
Bhubaneswar

ପାଞ୍ଚବର୍ଷ ପରେ ଜିଲାକୁ ଫେରିଲେ ବିବାଦୀୟ ଜିଲା ପଞ୍ଚାୟତ ଅଧିକାରୀ

ବୌଦ୍ଧ: ପାଞ୍ଚବର୍ଷ ପୂର୍ବରୁ ନିଜର ବିବାଦୀୟ କାର୍ଯ୍ୟକଳାପକୁ ନେଇ ବୌଦ୍ଧ ଜିଲାରୁ ବିଦା ହୋଇଥିବା ଜିଲା ପଞ୍ଚାୟତ ଅଧିକାରୀ ଶରତ ଚନ୍ଦ୍ର ପାତ୍ର ପୁଣିଥରେ ଜିଲାକୁ ଫେରିଛନ୍ତି। ଏଠାରୁ ବଦଳି ପରେ ମଧ୍ୟ ତାଙ୍କର ବିବାଦୀୟ କାର୍ଯ୍ୟକଳାପ ନେଇ ଅନ୍ୟ ଜିଲାଗୁଡିକରେ ତାଙ୍କୁ କାର୍ଯ୍ୟରେ ଯୋଗ କରାଇା ଦେଇନଥିଲେ। କିନ୍ତୁ ସରକାର ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲା ଗୁଡିକରେ ଖାଲିଥିବା ଅଧିକାରୀ ପଦବୀ ଗୁଡିକ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ଶ୍ରୀପାତ୍ରଙ୍କୁ ପୁଣିଥରେ ବୌଦ୍ଧ ଜିଲାକୁ ପଠାଇ ଦିଆଯାଇଥିବାରୁ ବୁଦ୍ଧଜିବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ବୌଦ୍ଧଜିଲାରେ ୨୦୧୪-୧୫ ମସିହାରେ ଜିଲା ପଞ୍ଚାୟତ ଅଧିକାରୀ ଥିବା ଶ୍ରୀପାତ୍ର କର୍ମଚାରୀମାନଙ୍କ ମଧ୍ୟରେ ଜାତିଗତ ବିଭେଦ ସୃଷ୍ଟି କରିବା ସହିତ ହିନ୍ଦୁ ଦେବାଦେବୀଙ୍କ ଫୋଟଚିତ୍ରଗୁଡିକୁ ବିକୃତ କରିବା ସହିତ ବିଭିନ୍ନ ବିବାଦୀୟ ମନ୍ତବ୍ୟ ପ୍ରଦାନ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ନିଜ କାର୍ଯ୍ୟାଳୟର ସାଧାରଣବର୍ଗର କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଜାତିଆଣ ମନ୍ତବ୍ୟ ପ୍ରଦାନ କରିବା ଯୋଗୁଁ ସେହି ସମୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ତାଙ୍କର ବଦଳି ଦାବି କରାଯାଇଥିଲା। ସେହି ସମୟରେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଉପନିର୍ବାଚନ ପାଇଁ ଆଚରଣବିଧି ଥିବା ସତ୍ୱେ ଶ୍ରୀ ପାତ୍ର ତାହାକୁ ଖାତିର ନକରି ଜାତିଆଣ ସଭା କରିବାସହ ଅନ୍ୟ କିଛି ସରକାରୀ କର୍ମଚାରୀଙ୍କୁ ମଧ୍ୟ ସେଥିରେ ସାମିଲ କରିଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବାପରେ ତତ୍କାଳୀନ ଜିଲାପାଳ ଶ୍ରୀ ପାତ୍ର ଏବଂ ସଂପୃକ୍ତ କର୍ମଚାରୀମାନଙ୍କୁ ନିର୍ବାଚନ କାର୍ଯ୍ୟରୁ ଅନ୍ତର କରିବା ସହିତ ଆଚରଣ ବିଧି ଉଲଂଘନ କରିଥିବା ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

- Advertisement -

ସେତେବେଳେ ବ୍ରାହ୍ମଣ ସମାଜ ଓ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀପାତ୍ରଙ୍କ କାର୍ଯ୍ୟକଳାପ ନେଇ ପ୍ରତିବାଦ କରାଯିବା ସହିତ ସ୍ଥାନୀୟ ବିଧାୟକ ଓ ତତ୍କାଳୀନ ଜିଲାପାଳ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶେଷରେ ବିବାଦୀୟ ଅଧିକାରୀ ଶ୍ରୀପାତ୍ରଙ୍କୁ ଜିଲାରୁ ବଦଳି କରାଯାଇଥିଲା। କିନ୍ତୁ ଅନ୍ୟ କୌଣସି ଜିଲାରେ ବିବାଦୀୟ ଅଧିକାରୀ ଶ୍ରୀ ପାତ୍ରଙ୍କୁ କାର୍ଯ୍ୟରେ ଯୋଗ କରାଇନଦେବା ଫଳରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପାଞ୍ଚ ବର୍ଷ ପରେ ତାଙ୍କୁ ପୁଣି ଥରେ ବୌଦ୍ଧକୁ ବଦଳି କରିଦିଆଯାଇଥିବା ଜଣାଯାଇଛି। ତେବେ ଜିଲା ପଞ୍ଚାୟତ ଅଧିକାରୀ ଶ୍ରୀ ପାତ୍ରଙ୍କ ପୁଣିଥରେ ଜିଲାରେ ଯୋଗଦାନ ପରେ ତାଙ୍କର ହିନ୍ଦୁ ଦେବାଦେବୀଙ୍କ ପ୍ରତି ବିକୃତ ଚିନ୍ତାଧାରା ଓ ଜାତିଆଣ ବିଭେଦ ଚିନ୍ତାଧାରା ଭଳି ବିବାଦୀୟ କାର୍ଯ୍ୟକଳାପକୁ ନେଇ ଗତ କିଛିଦିନ ତଳେ ଜିଲା ବ୍ରାହ୍ମଣ ସମାଜ ବୈଠକରେ ଆଲୋଚନା କରାଯାଇ ଉଦବେଗ ପ୍ରକାଶ କରାଯିବା ସହିତ ତାଙ୍କୁ ଏହି ଜିଲାରୁ ତୁରନ୍ତ ବଦଳି କରିବାକୁ ରାଜ୍ୟ ସରକାର ତଥା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ଜଣାଯାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଜିଲା ପଞ୍ଚାୟତ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ଏହି ବିବାଦୀୟ ଅଧିକାରୀଙ୍କୁ ଜିଲାରୁ ବିଦା ନକଲେ ଜିଲା ପ୍ରଶାସନକୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories