www.samajalive.in
Friday, December 12, 2025
26.1 C
Bhubaneswar

ଶିକ୍ଷାନୁଷ୍ଠାନର ସୁନାମ କ୍ଷେତ୍ରରେ ଶିକ୍ଷକ ଓ ଅଭିଭାକଙ୍କ ଦାୟିତ୍ୱବୋଧ ଆବଶ୍ୟକ

ବଡ଼ମ୍ବା: ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ବଡ଼ମ୍ବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ରୂପାନ୍ତିକରଣ କରାଯାଇଛି। ଶିକ୍ଷାନୁକୁଳ ସମସ୍ତ ଆଧୁନିକ ବ୍ୟବସ୍ଥା ଏହି କାର୍ଯ୍ୟକ୍ରମ ଜରିଆରେ କରାଯାଇ ସଂପୃକ୍ତ ବିଦ୍ୟାଳୟର ନବକଳେବର କରାଯାଇଛି। ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାଷୀ କାର୍ଯ୍ୟକ୍ରମ ଜରିଆରେ ଏହାର ଲୋକାର୍ପଣ କରାଯାଇଥିଲା ତେବେ ଗୁରୁବାର ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବେ ଗୃହପ୍ରବେଶ ସହିତ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଉପଲକ୍ଷେ ସ୍ଥାନୀୟ ମଣ୍ଡଳ ଉନ୍ନୟନ ଅଧିକାରୀ ଉତ୍କଳରଞ୍ଜନ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଏକ ସଭା ବିଦ୍ୟାଳୟ ପରିସରରେ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ମିଶ୍ର ନୂତନ ଭାବେ ନିର୍ମିତ ବିଦ୍ୟାଳୟର ଇ-ପାଠାଗାର, ଦୁଇଟି ସ୍ମାର୍ଟ ଶ୍ରେଣୀ କକ୍ଷ,ଆଧୁନିକ ବିଜ୍ଞାନାଗାର, କ୍ରୀଡ଼ା କକ୍ଷକୁ ଫିତା କାଟି ଶୁଭାରମ୍ଭ କରିଥିଲେ।

 

- Advertisement -

ବିଧାୟକ ଶ୍ରୀ ମିଶ୍ର ସ୍ମାର୍ଟ ଶ୍ରେଣୀକକ୍ଷରେ ଛାତ୍ରୀଙ୍କ ଗହଣରେ ବସି ଶିକ୍ଷାଦାନକୁ ପରଖିଥିଲେ। ଆୟୋଜିତ ସାଂସ୍କୃତିକ ସଭାରେ ଉଦ୍ବୋଧନ ଦେଇ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଯୁଗପଯୋଗି ଉତ୍ତମ ଶିକ୍ଷାଦାନ ଲାଗି ସମସ୍ତ ଆନୁସଙ୍ଗିକ ସୁବିଧା ମିଳିବା ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଶିକ୍ଷାନୁଷ୍ଠାନର ସୁନାମ ଆଣିବା ଦିଗରେ ଶିକ୍ଷକ ଓ ଅଭିଭାବକଙ୍କ ଅନୁରୁପ ଦାୟିତ୍ୱବୋଧ ରହିବା ଆବଶ୍ୟକ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ। ଶିକ୍ଷକ ରମେଶଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାରେ ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ସ୍ଥାନୀୟ ସମିତିସଭ୍ୟ ମୁରଲୀଧର ମହାପାତ୍ର,ବ୍ଲକ ଶିକ୍ଷାଧିକାରୀ ଅଜୟକୁମାର ପୃଷ୍ଟି, ସହକାରୀ ଶିକ୍ଷାଧିକାରୀ ପ୍ରକାଶଚନ୍ଦ୍ର ମତ୍ତଗଜ ସିଂହ, ବିଦ୍ୟାଳୟ ପ୍ରଧାନଶିକ୍ଷକ ସରୋଜକୁମାର ମିଶ୍ର, ପରିଚାଳନା କମିଟି ସଭାପତି ତ୍ରିଲୋଚନ ରଣା, ସାମାଜିକ କର୍ମୀ ରବୀନ୍ଦ୍ରକୁମାର ସାହୁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ‘ସୁରଭି’ କାର୍ଯ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିବା ବେଳେ ସୋମନଙ୍କ ଦ୍ୱାରା ଚିତ୍ତାକର୍ଷକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories