www.samajalive.in
Saturday, December 13, 2025
23.1 C
Bhubaneswar

ବଜାର ଅବ୍ୟବସ୍ଥା ଓ ବଟି ଜୁଲୁମକୁ ବିରୋଧ କଲା ଉଠା ଦୋକାନୀ ସଂଘ 

ବୌଦ୍ଧ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଦୈନିକ ପରିବା ବଜାରକୁ ବୁଦ୍ଧ ପଡିଆକୁ ସ୍ଥାନାନ୍ତର କରାଯାଇଛି । ମାତ୍ର ଏହି ଅସ୍ଥାୟୀ ବଜାରରେ କୌଣସି ସୁବିଧା ଯୋଗାଇ ଦିଆଯାଉନଥିବାରୁ ବୌଦ୍ଧ ଜିଲା ଉଠା ଦୋକାନୀ ସଂଘ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ କରାଯିବା ସହ ତୁରନ୍ତ ଏହାର ସମାଧାନ କରିବାକୁ ଦାବୀ କରାଯାଇଛି । ସଂଘର ସଭାପତି ସୁଦାମ ବେରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅତିଥି ଭାବେ ଆଇନଜିବୀ ବିଶ୍ୱଜିତ ମିଶ୍ର ଓ ସାମ୍ବାଦିକ ସଂପଦ କୁମାର ଅଗ୍ରୱାଲା ଯୋଗଦେଇଥିଲେ । ବୈଠକରେ ଦୋକାନୀମାନଙ୍କ ପକ୍ଷରୁ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା । ବଜାରରେ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଥିବା, ଶୌଚାଳୟ ନଥିବାରୁ ବିଶେଷ କରି ମହିଳା ଦୋକାନୀ ଓ ଗ୍ରାହକ ବିଶେଷ ଅସୁବିଧାର ସମ୍ମୁଖିନ ହେଉଥିବା, ପରିସର ସଠିକ ଭାବରେ ପରିସ୍କାର କରାଯାଉନଥିବାରୁ ଦୁର୍ଗନ୍ଧ ହେଉଥିବା, ସାମାନ୍ୟ ବର୍ଷାରେ ସର୍ବତ୍ର କାଦୁଅ ହେବା, ବଜାରରେ ମନଇଚ୍ଛା ବଟି ଅସୁଲ କରିବା, ସାଇକେଲ ଷ୍ଟାଣ୍ଡ ନଥାଇ ଷ୍ଟାଣ୍ଡ ପଇସା ଜୋରଜବରଦସ୍ତ ଆଦାୟ କରାଯାଉଥିବା ନେଇ ଦୋକାନୀ ମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ଏନେଇ ସଂଘ ପକ୍ଷରୁ ଏକ ଦାବୀପତ୍ର ଏନ୍‌ଏସି କତୃପକ୍ଷଙ୍କୁ ଦେବା ସହିତ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବା ନେଇ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ସଂଘର ସଂପାଦକ ବିରୁ କରଡିଆ ସଭା ପରିଚାଳନା କରିଥିବା ବେଳେ ସଦସ୍ୟମାନେ ସହଯୋଗ କରିଥିଲେ ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories