ବୌଦ୍ଧ : ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ‘ଅମୂଲ୍ୟ ଆହାର’ ଯୋଜନା ମାଧ୍ୟମରେ ରବିବାର ସଂନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶତାଧିକ ରୋଗୀଙ୍କ ନିକଟ ସଂପର୍କିୟଙ୍କୁ ଓ ଅସହାୟ ମାନଙ୍କୁ ଖାଦ୍ୟ ବଂଟନ କରାଯାଇଛି । ଦୁଇବର୍ଷ ହେଲା ଅସହାୟ ଓ ନିରାଶ୍ରୟଙ୍କୁ କ୍ରମାଗତ ଖାଦ୍ୟ ବଂଟନ କରୁଥିବା ବେଳେ ଗତମାସରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ନିକଟ ସଂପର୍କିୟଙ୍କୁ ପ୍ରତି ରବିବାର ସଂନ୍ଧ୍ୟାରେ ରନ୍ଧା ଖାଦ୍ୟ ବଂଟନ କରାଯାଉଅଛି । ଆବାହକ ସମ୍ପଦ କୁମାର ଅଗ୍ରୱାଲାଙ୍କ ତତ୍ୱାବଧାନରେ ମିଥୁନ କୁମାର ସାହୁ, ଉମେଶ ପାତ୍ର, ଦୀପକ କୁମାର ଅଦର, ନାରାୟଣ ପ୍ରସାଦ ଅଗ୍ରୱାଲା, କିରଣ କୁମାର ଅଗ୍ରୱାଲା, ଦୀପକ କୁମାର ମହାରଣା, ଶାନ୍ତନୁ ପଟନାୟକ, ଜୟନାରାୟଣ ମହାନ୍ତି ପ୍ରମୁଖ ରନ୍ଧା ଖାଦ୍ୟ ବଂଟନରେ ସହଯୋଗ କରିଥିଲେ ।
Popular Categories



