www.samajalive.in
Wednesday, December 10, 2025
14.1 C
Bhubaneswar

ନାବାଳିକାକୁ ରାଜସ୍ଥାନରେ ବିକ୍ରି ଅଭିଯୋଗରେ ୪ ଗିରଫ

ବୌଦ୍ଧ: ଜଣେ ନାବାଳିକା ଗ୍ରାମରୁ ନିଖୋଜ ହୋଇଯିବା ଘଟଣାର ଦୁଇମାସ ପରେ ବୌଦ୍ଧ ପୋଲିସ ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି। ସଂପୃକ୍ତ ନାବାଳିକାକୁ ସୁଦୂର ରାଜସ୍ଥାନରେ ବିକ୍ରି ଅଭିଯୋଗରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୁଚନା ମୁତାବକ ସମାପାଜୁ ଗ୍ରାମର ବାପା ମାଆ ଛେଉଣ୍ଡ ନାବାଳିକା ମାମୁଁ ଘରେ ଆଇ ପାଖରେ ରହିଆସୁଥିଲା। ଗତ ଜୁଲାଇ ୬ ତାରିଖ ଦିନ ଗ୍ରାମର କିଛି ପୋଡଶୀଙ୍କ ସହିତ ଆମ୍ବଝରୀ ଗ୍ରାମପଞ୍ଚାୟତର ପାବୁଲିପଡା ଗ୍ରାମକୁ ଭୋଜି ଖାଇବାକୁ ନାବାଳିକା ଜଣକ ଯାଇଥିଲେ।। ପାବୁଲିପଡାରୁ ପୋଡଶୀମାନେ ଭୋଜି ଖାଇସାରି ଗ୍ରାମକୁ ଫେରିଥିବାବେଳେ ନାବାଳିକା ଜଣକ ଫେରିନଥିଲେ। ଏନେଇ ନାତୁଣି ଘରକୁ ନଫେରିବାର କାରଣ ସଂପର୍କରେ ଭୋଜି ଖାଇଯାଇଥିବା ପୋଡଶୀମାନଙ୍କୁ ପଚରାଉଚୁରା କରିବାରେ ସେମାନେ ଏ ସଂପର୍କରେ କୌଣସି ସଠିକ୍‍ ସୂଚନା ଦେଇପାରିନଥିଲେ। ଆମ୍ବଝରୀ ଗ୍ରାମପଞ୍ଚାୟତର ବବଡା ଗ୍ରାମରେ ରହୁଥିବା ନାବାଳିକାଙ୍କ କାକା ରାଧାକାନ୍ତ କହଁର ଏ ସଂପର୍କରେ ସୂଚନା ପାଇବାପରେ ସମାପାଜୁ ଗ୍ରାମକୁ ଆସି ଝିଆରୀ ନିଖୋଜ ସଂପର୍କରେ ପଚରା ଉଚୁରା କରିଥିଲେ। ଗ୍ରାମର ଯେଉଁ ପରିବାର ସହ ନାବାଳିକା ଜଣକ ଭୋଜି ଖାଇବାକୁ ଯାଇଥିଲେ ସେମାନଙ୍କୁ ପଚାରିବାରେ ଏ ସଂପର୍କରେ ସେମାନେ କିଛି ଜାଣିନଥିବା ପ୍ରକାଶ କରିଥିଲେ।

ଝିଆରୀକୁ ଖୋଜା ଖୋଜି କରି କୌଣସି ସୂଚନା ନପାଇବାରୁ ଶେଷରେ ରାଧାକାନ୍ତ ନିରାଶ ହୋଇ ଘଟଣାର ୨୦ ଦିନ ପରେ ଗତ ଜୁଲାଇ ୨୬ ତାରିଖ ଦିନ ତାଙ୍କର ନାବାଳିକା ଝିଆରୀ ନିଖୋଜ ହୋଇଯାଇଥିବା ଘଟଣା ସଂପର୍କରେ ବଘିଆପଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ବୌଦ୍ଧ ଥାନା କେସ ନଂ୧୮୬/୨୧ ଦଫା ୩୬୩/୩୪ ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ଘଟଣାକୁ ଦୁଇ ମାସ ବିତିବାକୁ ବସିଥିବା ବେଳେ ପୋଲିସ ନାବାଳିକାର ସନ୍ଧାନ ପାଇ ପାରିନଥିଲା। ଏନେଇ ନ୍ୟାୟ ପାଇଁ ନାବାଳିକର କାକା ରାଧାକାନ୍ତ ଓ ଆଇ ଗତ ୧.୯.୨୦୨୧ ରେ ବୌଦ୍ଧ ଆସି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ତୁରନ୍ତ ନାବାଳିକାକୁ ଖୋଜି ଆଣିବାକୁ ଅନୁରୋଧ କରିଥିଲେ। ଆରକ୍ଷୀ ଅଧିକ୍ଷକ ଜ୍ଞାନରଂଜନ ମହାନ୍ତି ଘଟଣାକୁ ଗୁରୁତର ସହ ନେବା ସହ ତୁରନ୍ତ ନାବାଳିକା କୁ ଉଦ୍ଧାର କରିବାକୁ ବୌଦ୍ଧ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଏହି ଘଟଣାରେ ନାବାଳିକା ଜଣକୁ ରାଜସ୍ଥାନରୁ ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

- Advertisement -

ପୋଲିସର ସୁଚନା ମୁତାବକ ଗ୍ରାମର ପଡୋଶୀ ବିଧବା ପଦ୍ମା କହଁର ( ୪୫) ଭୋଜିଖାଇବାକୁ ନିକଟସ୍ଥ ପାବୁଲିପଡା ଗ୍ରାମରେ ଥିବା ତାଙ୍କ ଜ୍ୱାଇଁ ସୁଦାମ କହଁରଙ୍କ (୨୭) ଘରକୁ ନାବଳିକାଙ୍କୁ ସାଙ୍ଗରେ ନେଇ ଯାଇଥିଲା। ସୁଦାମ କହଁରଙ୍କ ଭଉଣୀ ରୁପା କହଁର (୨୨) ପୂର୍ବରୁ ରାଜସ୍ଥାନର ମନୀଷ ନାଗର( ୩୨)ଙ୍କୁ ବିବାହ କରିଥିଲା। ପଦ୍ମା ଓ ସୁଦାମ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ରୁପା କହଁର ଓ ମନୀଷ ନାଗରଙ୍କ ସହ ରାଜସ୍ଥାନ ପଠାଇ ଦେଇଥିଲେ। ପଦ୍ମା ଓ ସୁଦାମ ନାବାଳିକା ଜଣକୁ ରେଲଷ୍ଟେସନ ପର୍ଯ୍ୟନ୍ତ ଛାଡିବାକୁ ଯାଇଥିବା ପୋଲିସ ତଦନ୍ତରୁ ଜାଣିପାରିଥିଲା ଏବଂ ଗତ ୧୪ ତାରିଖରେ ନାବାଳିକାକୁ ରାଜସ୍ଥାନରୁ ମନୀଷ ନାଗରଙ୍କ ଘରୁ ଉଦ୍ଧାର କରିଥିଲା। ନାବାଳିକାକୁ ରାଜସ୍ଥାନ ପଠାଇବାକୁ ୧ ଲକ୍ଷ ୩୦ ହଜାର ଟଙ୍କା ଦିଆଯାଇଥିବା କୁହାଯାଉଥିଲେ ମଧ୍ୟ ପୋଲିସ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇନାହିଁ। ତେବେ ପୋଲିସ ମାମଲାରେ ପଦ୍ମା କହଁର, ସୁଦାମ କହଁର, ରୁପା କହଁର ଓ ମନୀଷ ନାଗରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories