ବୌଦ୍ଧ: ବୌଦ୍ଧଜିଲା ମୁଖ୍ୟ ଚିକିତ୍ସାଳୟର ଜିଲା କର୍କଟ ରୋଗ ଚିକିତ୍ସା ଓ ପ୍ରଶମନ କେନ୍ଦ୍ରଠାରେ କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁମ୍ବାଇର କର୍କଟ ରୋଗ ବିଶେଷଜ୍ଞ ଡା. ଦୀନେଶ ପଣ୍ଡାରକର ଏହି ଶିବିରରେ ଯୋଗଦେଇ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଦେଇଥିଲେ। ଏହାବ୍ୟତୀତ କର୍କଟ ରୋଗର କାରଣ ନିରାକରଣ,ଚିହ୍ନଟ ଓ ଚିକିତ୍ସା ସଂପର୍କରେ ରୋଗୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଅତିରିକ୍ତ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ର, ଏପିଡେମୋଲୋଜିଷ୍ଟ ଜ୍ଞାନ ରଂଜନ ମହାନ୍ତି,ପରାମର୍ଶଦାତା ଆଲୋକ କୁମାର ମିଶ୍ର,ରାଜ୍ୟ ପର୍ଯ୍ୟାଲୋଚନା କମିଟିର ସ୍ମୃତି ରଂଜନ ନାୟକ ଓ ଲଳିତ ମୋହନ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଏହି ଶିବିର ଜରିଆରେ ମୋଟ୍ ୧୪ ଜଣ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ପ୍ରଦାନ କରାଯାଇଥିଲା।



