www.samajalive.in
Monday, December 8, 2025
24.1 C
Bhubaneswar

ଜବତ ଗଂଜେଇ ରଖିବାକୁ ଥାନାରେ ଗୋଦାମ ଅଭାବ

ବୌଦ୍ଧ: ବିକାଶ ଦିଗରେ ଅଗ୍ରଗତି କରୁଥିବା ବୌଦ୍ଧଜିଲା ପାଇଁ ଗଂଜେଇ ଚାଷ ଏକ କଳଙ୍କ ଭାବରେ ଦେଖାଦେଇଛି। ଏହି ବେଆଇନ ଚାଷ ପାଇଁ ଜିଲା ରାଜ୍ୟ ଓ ରାଜ୍ୟ ବାହାରେ ମଧ୍ୟ କୁଖ୍ୟାତି ଅର୍ଜନ କରିବାରେ ଲାଗିଲାଣି। ତେଣୁ ବେଆଇନ ଗଂଜେଇ ଚାଷକୁ ନେଇ ଜିଲାର ବୁଦ୍ଧଜିବୀମାନେ ଏବେ ଚିନ୍ତା ପ୍ରକଟ କଲେଣି। ଏହି ବେଆଇନ ଚାଷ ଯୋଗୁଁ ପୋଲିସ,ଅବକାରୀ,ରାଜସ୍ୱ ଓ ଜଙ୍ଗଲ ବିଭାଗର ଅନେକ ଅସାଧୁ କର୍ମଚାରୀ କୋଟିପତି ହୋଇସାରିଥିବାବେଳେ ଜିଲାର ଗ୍ରାମାଞ୍ଚଳରେ ଦୃଢ ଅପରାଧିକ ଭିତ୍ତିଭୂମି ସୃଷ୍ଟି ହେବାରେ ଲାଗିଛି। ଅଳ୍ପଦିନ ଭିତରେ ଧନ ଅର୍ଜନ ନିଶାରେ ବେକାର ଯୁବକମାନେ ଏହି ବେଆଇନ କାରବାର ସହ ସଂପୃକ୍ତ ହେଉଥିବା ଦେଖିବାକୁ ମିଳୁଅଛି।

ଗଂଜେଇ ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଥିବା ଜିଲ୍ଲାର ଉପାନ୍ତ ଓ ଆଭ୍ୟନ୍ତରିଣ ଅଂଚଳରେ ବ୍ୟାପକ ଗଂଜେଇ ଚାଷ କରାଯାଉଛି। ଏହି ଗଂଜେଇ ସବୁକୁ ଜିଲ୍ଲାର ବିଭିନ୍ନ ରାସ୍ତାଦେଇ ଚାରି ଚକିଆ ଓ ଦୁଇ ଚକିଆ ଯାନ ମାଧ୍ୟମରେ ଚାଲାଣ କରାଯାଉଛି। ଏହି କାରବାରରେ ଗଂଜେଇ ମାଫିଆ ମାନଙ୍କୁ ପୋଲିସ ବିଭାଗର କିଛି ଅସାଧୁ କର୍ମଚାରୀ ସହଯୋଗ କରୁଥିବାର ଅଭିଯୋଗ ହେଉଅଛି। ଯାହାଫଳରେ ମାଫିଆମାନେ ନିର୍ଭୟରେ ଜିଲ୍ଲାରୁ ବାହାରକୁ ଗଂଜେଇ ଚାଲାଣ କରିପାରୁଛନ୍ତି। ଗତ ଜୁଲାଇମାସ ୧୨ ତାରିଖରେ ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଜ୍ଞାନରଂଜନ ମହାନ୍ତି ଦାୟିତ୍ୱ ନେବାପରେ ଜିଲ୍ଲା ପୋଲିସ ବିଭାଗ ଚଳଚଂଚଳ ହୋଇ ପଡିଥିଲା। ଆରକ୍ଷୀ ଅଧିକ୍ଷକଙ୍କ କଡା ତାଗିଦ ପରେ ଗଂଜେଇ ଚାଲାଣ ରୋକିବାକୁ ଯୋଜନା ଆରମ୍ଭ କରାଯାଇଥିଲା। ଯାହା ଫଳରେ ବୌଦ୍ଧଜିଲ୍ଲା ପୋଲିସ ପକ୍ଷରୁ ଏକ ମାସ ମଧ୍ୟରେ ୨୧ କ୍ୱିଣ୍ଟାଲ ୧୯ କିଲୋ ଗଂଜେଇ ଜବତ କରାଯାଇବା ବେଳେ ୧୯ ଜଣଙ୍କୁ ଗିରଫ କରାଯାଇଛି ଓ ୭ ଜଣ ଫେରାର ହେବାରେ ସଫଳ ହୋଇଛନ୍ତି। ଚାଲାଣ ସମୟରେ ପୋଲିସ ୯ଟି ଚାରି ଚକିଆ ୩ଟି ଦୁଇ ଚକିଆ ଯାନ ଜବତ କରିଛି। ତଥାପି ଜିଲ୍ଲାରୁ ଚୋରା ଗଂଜେଇ ଚାଲାଣ କମି ନ ଥିବା କୁହାଯାଉଛି। ଏବେବି ବିଭିନ୍ନ ବାଟ ଦେଇ ଗଂଜେଇ ଚାଲାଣ କରାଯାଉଥିôବା ନେଇ ସାଧାରଣରେ ଆଲୋଚନା ହେଉଛି। ମିଳିଥିବା ସୂଚନା ମୁତାବକ ଜିଲାର ୪ ଗୋଟି ଥାନାରେ ଜବତ ଗଂଜେଇ ରଖିବାକୁ ଗୋଦାମଘର (ମାଲଖାନା) କମ ପଡିଲାଣି।

- Advertisement -

ଏବେ ଗଂଜେଇ ଧରାଗଲେ କେଉଁ ସ୍ଥାନରେ ରଖାଯିବ ତାହା ଥାନାଅଧିକାରୀମାନଙ୍କ ଚିନ୍ତା ବଢାଇ ଦେଲାଣି। ସେହିପରି ଗଂଜେଇ କାରବାରେ ସଂପୃକ୍ତ ଜବତ ଗାଡି ଗୁଡିକ ଥାନା ପରିସରରେ ଭର୍ତ୍ତି ହୋଇସାରିଲାଣି। ଗଂଜେଇ ମାମଲା ଗୁଡିକ ଦୀର୍ଘବର୍ଷ ପର୍ଯ୍ୟନ୍ତ ଗଡି ଚାଲିଥିବାରୁ ଜବତ ସାମଗ୍ରୀ ରଖିବା ଜିଲା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଥିବା ଜଣାଯାଇଛି। କେବଳ ଏତିକି ନୁହେଁ ବୌଦ୍ଧ ଉପକାରାଗାର ମଧ୍ୟରେ ରହିଥିବା ବନ୍ଦୀମାନଙ୍କ ମଧ୍ୟରେ ୮୦% ବନ୍ଦୀ ଗଂଜେଇ କାରବାରରେ ସଂପୃକ୍ତ ବୋଲି ଜଣାପଡିଛି। ଏସପିଡିଓ ଆନନ୍ଦ ବର୍ଦ୍ଧନ ଗୁରୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟି, ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୭ ତାରିଖ ମଧ୍ୟରେ ଜିଲ୍ଲାର ୬ ଗୋଟି ଥାନା ମଧ୍ୟରୁ ୪ ଗୋଟି ଥାନାରେ ୧୩ଟି ଗଂଜେଇ ଚାଲାଣ ମାମଲା ରୁଜୁ କରାଯାଇଛି। ସେଥିମଧ୍ୟରୁ ବାଉଁଶୁଣୀ ଥାନାରେ ସର୍ବାଧିକ ୫ଟି ମାମଲା ରୁଜୁ କରାଯାଇଥିବା ବେଳେ ମନମୁଣ୍ଡା ଥାନାରେ ୪ଟି ମାମଲା ରୁଜୁ କରାଯାଇଛି। ସେହିପରି ବୌଦ୍ଧ ଆଦର୍ଶ ଥାନାରେ୨ଟି ଓ କଣ୍ଟାମାଳ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି। ବାଉଁଶୁଣୀ ଥାନାରେ ୪ କ୍ୱିଣ୍ଟାଲ ୮କିଲୋ ୨ ଶହ ଗ୍ରାମ ଗଂଜେଇ ଜବତ କରାଯାଇଥିବା ବେଳେ ୬ ଜଣକୁ ଗିରଫ କରାଯାଇଛି ଓ ୩ ଜଣ ଫେରା ହୋଇଯାଇଛନ୍ତି। ଚାଲାଣ ସମୟରେ ୧ ବୋଲେର, ୨ଟି କାର ଓ ୩ଟି ବାଇକ ଜବତ କରାଯାଇଛି।

ମନମୁଣ୍ଡା ଥାନା ପକ୍ଷରୁ ୯ କ୍ୱିଣ୍ଟାଲ ୬୪ କିଲୋ ଗଂଜେଇ ଜବାତ କରାଯାଇଥିବା ବେଳେ ୭ ଜଣକୁ ଗିରଫ କରାଯାଇଛି ଓ ୨ ଜଣ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଚାଲଣ ସମୟରେ ପୋଲିସ ୧ଟିଏ ମାକ୍ସ ପିକପ, ଗୋଟିଏ କାର ଓ ଗୋଟିଏ ମୋବାଇଲ ଏବଂ ୧୪ ବସ୍ତା ରସୁଣ ଜବତ କରିଛି। ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ୫ କିଣ୍ଟାଲ ୬୫ କିଲୋ ୩ ଶହ ଗ୍ରାମ ଗଂଜେଇ ଜବତ କରାଯାଇଥିବା ବେଳେ ୪ ଜଣଙ୍କୁ ଗିରଫ କରାଯାଇଇଛି। ଗୋଟିଏ ମିନି ଟ୍ରକ,ଗୋଟିଏ କାର ଓ ତିନୋଟି ମୋବାଇଲ ଓ ୧୨ ଶହ ଟଙ୍କା ଜବତ କରାଯାଇଛି। କଣ୍ଟାମାଳ ଥାନା ପକ୍ଷରୁ ସବୁ ଠାରୁ କମ ୧ କ୍ୱିଣ୍ଟାଲ ୮୧ କିଲୋ ୫ ଶହ ଗ୍ରାମ ଗଂଜେଇ ଜବତ କରାଯାଇଛି। ୨ ଜଣଙ୍କୁ ଗିରଫ କରାଯାଇଛି ଓ ପୋଲିସକୁ ଚକମା ଦେଇ ୨ ଜଣ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଚାଲାଣ ସମୟରେ ପୋଲିସ ଦୁଇଟି ଚାରିଚକିଆ ଯାନ ଜବତ କରିଛି। ପ୍ରତି ବର୍ଷ ଗଂଜେଇ ଚାଲାଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଶହ ଶହ ଏକର ଜମି ଉପରେ ଚଢାଉ କରାଯାଇ ହଜାର ହଜାର ଗଂଜେଇ ଗଛ ନଷ୍ଟ କରାଯାଉଥିବାର ଦର୍ଶାଯାଉଛି।

ଗଂଜେଇ ଚାଷ ନଷ୍ଟ କରିବାକୁ ସରକାର ଉଭୟ ବିଭାଗକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମଧ୍ୟ ଯୋଗାଇଦେଇଛନ୍ତି। ହେଲେ ବାସ୍ତବରେ ଗଂଜେଇ ଚାଷ ନଷ୍ଟ ଅଭିଯାନ କେବଳ କାଗଜ କଲମ ମଧ୍ୟରେ ସୀମିତ ରହିଯାଉଛି। ଯାହାଫଳରେ ଜିଲ୍ଲାରେ ଗଂଜେଇ ଚାଷ ରୋକିବା ସରକାରୀ ଅଭିଯାନ ବିଫଳ ହେଉଛି। ଜିଲାରେ ଏହି ବେଆଇନ କାରବାର ଉପରେ ଅଙ୍କୁଶ ଲଗାନଗଲେ ଏହା ଆଗାମୀ ପିଢି ପାଇଁ ବଡ ବିପଦ ସୃଷ୍ଟି କରିବ ବୋଲି ବୁଦ୍ଧଜିବୀ ମହଲରେ ମତପ୍ରକାଶ ପାଉଅଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories