www.samajalive.in
Sunday, December 7, 2025
14.1 C
Bhubaneswar

ଉପବାଚସ୍ପତିଙ୍କ ବୌଦ୍ଧ ସଂଗ୍ରହାଳୟ ପରିଦର୍ଶନ 

ବୌଦ୍ଧ : ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଭୁବନେଶ୍ୱର ଗସ୍ତରେ ଯାଉଥିବାବେଳେ ବୌଦ୍ଧରେ ସ୍ୱଳ୍ପ ସମୟ ରହଣି ସମୟରେ ଐତିହାସିକ ସଂଗ୍ରହାଳୟକୁ ବୁଲି ଦେଖିଥିଲେ। ବୌଦ୍ଧର ଐତିହାସିକ ସଂଗ୍ରହାଳୟ ଦେଖି ଶ୍ରୀ ସିଂହ ଅଭିଭୁତ ହେବା ସହିତ ଜିଲ୍ଲା ପାଇଁ ଏହି ସଂଗ୍ରହାଳୟ ପରିଚୟ ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ। ଶହେବର୍ଷ ପୂର୍ବରୁ ରାଜାଙ୍କ ଦ୍ୱାରା ନିର୍ମିତ ପୂରାତନ କଚେରୀ କୋଠାକୁ ସଂଗ୍ରହାଳୟ ଭାବରେ ଉପଯୁକ୍ତ ସଂରକ୍ଷଣ ମିଳିବା ସହିତ ଏଥିରେ ସ୍ଥାନିତ ହୋଇଥିବା ପୂରାତନ ସାମଗ୍ରୀ ଅଂଚଳର ପୂରାତନ ଲୋକକଳା,ସଂସ୍କୃତି, ହସ୍ତଶିଳ୍ପ, କାରିଗରୀ ଓ କିର୍ତ୍ତିରାଜୀକୁ ସଂରକ୍ଷଣ ମିଳିବ ଏବଂ ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ ବୋଲି ଶ୍ରୀ ସିଂହ ପ୍ରଶଂସା କରିଥିଲେ। ଉପବାଚସ୍ପତି ଶ୍ରୀ ସିଂହଙ୍କ ସହିତ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲାପାଳ ଲଲାଟେନ୍ଦୁ ମିଶ୍ର, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆ, ବରିଷ୍ଠ ଆଇନଜିବୀ ତାରେଣୀ ମହାପାତ୍ର, ଜିଲା ଯୁବ ବିଜେଡି ସଭାପତି ମୃତ୍ୟୁଞ୍ଜୟ ମିଶ୍ର, ବିଜେଡି ଜୋନାଲ ସଭାପତି ଅଶୋକ କୁମାର ସାହୁ ଓ ଆର୍କିଟେକ ସୁମନ ଷଡଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories