www.samajalive.in
Saturday, December 6, 2025
26.1 C
Bhubaneswar

ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଯାଉଥିଲେ ପୁଅ ଓ ବୋହୂ, ଦୁର୍ଘଟଣାରେ ଚାଲିଗଲା ଜୀବନ

ହରଭଙ୍ଗା : ବାପାଙ୍କ ମୃତ୍ୟୁ ଖବର ପାଇ ଗାଁ କୁ ଫେରୁଥିଲେ। ଯେତେ ଶୀଘ୍ର ଘରେ ପହଁଚିଲେ ବାପାଙ୍କ ଶେଷ ଦର୍ଶନ କରିଥାନ୍ତେ ପୁଅ, ବୋହୁ। ଶେଷରେ ଦଇବ ଦୁର୍ଯ୍ୟୋଗରେ ଦୁହେଁ ମୃତ୍ୟୁପଥର ଯାତ୍ରୀ ହୋଇଗଲେ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ରମ୍ଭିକଟା ଟୋଲଗେଟ ନିକଟରେ। ମିଳିଥିବା ସୂଚନା ଅନୁଯାୟୀ  ବାପାଙ୍କ ମୃତ୍ୟୁ ଖବର ପାଇ ବଲାଙ୍ଗୀର ନୂଆପଡାରୁ ଶିକ୍ଷକ ରାଜ କିଶୋର ସାହୁ ଏବଂ ତାଙ୍କ ଧର୍ମପତ୍ନୀ ମୀନାରାଣୀ ସାହୁ ଏକ ଟାଟା ନେକ୍ସନ କାର ଯୋଗେ ନିଜ ଗାଁ ନୟାଗଡ଼ ଜିଲ୍ଲା ଗଣିଆକୁ ଯାଉଥିଲେ। ଆଜି ଭୋର ସକାଳୁ ଦୁର୍ଭାଗ୍ୟବଶତଃ ରମ୍ଭିକଟା ନିକଟରେ ଠିଆ ହୋଇଥିବା ଖୁଦ ବୋଝେଇ ଟ୍ରକକୁ ତାଙ୍କ କାର ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଭୟ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।  ମୃତ ରାଜକିଶୋର ସାହୁ ନୂଆପଡାର ଏକ ସ୍କୁଲରେ ଶିକ୍ଷକତା କରୁଥିଲେ। ତାଙ୍କର ଗୋଟିଏ ଝିଅ, ଗୋଟିଏ ପୁଅ ଅଛନ୍ତି। ଦୁର୍ଘଟଣା ଖବର ପାଇ ପରିବାର ଲୋକେ ବୌଦ୍ଧରେ ପହଞ୍ଚିଛନ୍ତି। ବୌଦ୍ଧ ପୁଲିସ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories