www.samajalive.in
Friday, December 5, 2025
23.1 C
Bhubaneswar

ଦୁର୍ଘଟଣାରେ ବାଇକ୍ ଚାଳକ ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ପଇଦାଭୂଇଁ ନିକଟରେ ବାଇକ୍ ଦୁର୍ଘଟଣାରେ ଜଣକଙ୍କ ମୃତ୍ୟୁ ହୋଇଛି । ମୃତକ ଛତ୍ରଙ୍ଗ ଗାଁର ଅମୁଲ୍ୟ ବେହେରା (୨୩) ବୋଲି ଜଣାପଡ଼ିଛି ।ସୂଚନା ମୁତାବକ, ଅମୁଲ୍ୟ ଗତକାଲି ବିଳମ୍ବିତ ରାତିରେ ବାଇକ୍ ଯୋଗେ ଭାବପୂରରୁ -କୁଶଙ୍ଗ ଆଡ଼କୁ ଫେରୁଥିଲେ । ଏହି ସମୟରେ ପଇଦାଭୂଇଁ ପୋଲ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ଧାନ ବିଲରେ ପଡିଥିଲା । ସକାଳୁ ସକାଳୁ କିଛି ସ୍ଥାନୀୟ ଲୋକେ ଦେଖି ପୁଲିସ କୁ ଖବର ଦେଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ରବିବାର ସକାଳେ ହରଭଙ୍ଗା ମେଡିକାଲରେ ନିଆଯାଇଥିଲା। ହେଲେଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ ହରଭଙ୍ଗା ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି।

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories