www.samajalive.in
Sunday, December 14, 2025
16.1 C
Bhubaneswar

ଜେଟ ବିମାନ ସେବା ବନ୍ଦ ପରେ ଲାଭରେ ଆନ୍ତର୍ଜାତିକ ଏଆରଲାଇନ୍ସ

ନୂଆଦିଲ୍ଲୀ/ମୁମ୍ବଇ: ୧୨୦ଟି ବିମାନ ସହ ଦେଶର ସବୁଠାରୁ ଅଧିକ ବିମାନ ସେବା ଯୋଗାଉଥିବା ଜେଟ ବିମାନ ସେବା ଏପ୍ରିଲ ୧୭ରୁ ବନ୍ଦ ହେବା ପରେ ଆନ୍ତର୍ଜାତିକ ସ୍ଥରରେ ବିମାନ ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ପ୍ରତ୍ୟାବର୍ତ୍ତନ କରିବାକୁ ଥିବା ଯାତ୍ରୀମାନଙ୍କଠାରୁ ଦୀର୍ଘକାଳୀନ ଲାଭ ଆଶାରେ ରହିଛନ୍ତି। ଜେଟ ବିମାନ କମ୍ପାନୀକୁ ବ୍ୟାଙ୍କ ଜରୁରୀକାଳୀନ ପାଣ୍ଠି ଦେବାକୁ ଅରାଜି ହେବାରୁ ଏହି ସେବା ବନ୍ଦ କରିଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏତେ ସଂଖ୍ୟକ ବିମାନ ଏକ ସଙ୍ଗେ ଉଡାଣ ବନ୍ଦ କରିବା ଫଳରେ ଆନ୍ତର୍ଜାତିକ ବିମାନ କମ୍ପାନୀଗୁଡ଼ିକ ଟିକେଟ ଦର ବୃଦ୍ଧି କରିବା ସହ ସେମାନଙ୍କର ଚାହିଦା ମଧ୍ୟ ବୃଦ୍ଧି ହେଇଛି। ଭାରତୀୟ ଟ୍ରାଭେଲ ପୋର୍ଟାଲ ‘ମେକ ମାଇଁ ଟ୍ରିପ’ କହିଛି ଯେ ୨୦୧୯ର ପ୍ରଥମ ଭାଗରେ ଭାରତରୁ ଦୁବାଇ, ଲଣ୍ଡନ, ନ୍ୟୁଅର୍କ, ସିଙ୍ଗାପୁର ଏବଂ ବାଲିକୁ ୪ରୁ୩୨ ପ୍ରତିଶତ ପର୍ଯ୍ୟନ୍ତ ଦର ବୃଦ୍ଧି କରାଯାଇଥିଲା। ମେ ଏବଂ ଜୁନ ମାସରେ ଲଣ୍ଡନକୁ ୩୬ ପ୍ରତିଶତ ଦର ବୃଦ୍ଧି ଏବଂ ଏକ ବର୍ଷ ପୂର୍ବରୁ ସାନ ଫ୍ରାନସିସ୍କୋକୁ ୨୦ ପ୍ରତିଶତ ଦର ବୃଦ୍ଧି ହୋଇଥିଲା।

- Advertisement -

ବିମାନ ସେବା ଯୋଗାଣ କ୍ଷେତ୍ରରେ ଭାରତର ଅଭିବୃଦ୍ଧି ଜୋରଦାର ଥିବାବେଳେ ଗତ କିଛି ବର୍ଷ ମଧ୍ୟରେ ଏହା ୧୫ରୁ ୨୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ମେ ମାସ ୧୦ରେ ବନ୍ଦ ହୋଇଥିବା ଜେଟ କମ୍ପାନୀକୁ ଯଦି ନୂଆ ନିବେଶକ ମିଳିବେ, ପୁଣିଥରେ ଜେଟ କମ୍ପାନୀ ପୂର୍ବଭଳି ବିମାନ ସେବା ଯୋଗାଇ ଦେଇପାରିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories