www.samajalive.in
Tuesday, November 18, 2025
27.1 C
Bhubaneswar

ତାଜିଆ ଶୋଭାଯାତ୍ରା ନିମନ୍ତେ ମୁମ୍ବାଇ ହାଇକୋର୍ଟର ଅନୁମତି, ସାମିଲ ହେବେ ସର୍ବାଧିକ ୫ ଜଣ ଲୋକ

ମୁମ୍ବାଇ: ମହରମ୍ ସମୟରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଦେଇଛନ୍ତି ମୁମ୍ବାଇ ହାଇକୋର୍ଟ । ଏହା ସହ ଏହି ଶୋଭାଯାତ୍ରାରେ ସର୍ବାଧିକ ୫ ଜଣ ଲୋକ ସାମିଲ ହୋଇ ପାରିବେ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ଦିନକ ତଳେ ଏ ସଂକ୍ରାନ୍ତର ଏକ ମାମଲାର ବିଚାର ବେଳେ ସୁପ୍ରିମକୋର୍ଟ ତାଜିଆ ଶୋଭାଯାତ୍ରା ନିମନ୍ତେ ହୋଇଥିବା ଆବେଦନକୁ ଖାରଜ କରିବା ସହ ହାଇକୋର୍ଟରେ ଏଥିନେଇ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ । ହାଇକୋର୍ଟ ରାଜ୍ୟର ସ୍ଥିତି ଦେଖି ଏ ସମ୍ପର୍କରେ ବିଚାର କରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ ।

ମହାରାଷ୍ଟ୍ର ସରକାର କରୋନା ସଂକ୍ରମଣ ଦୃଷ୍ଟିରୁ କୌଣସି ଶୋଭାଯାତ୍ରା କରାଯାଇ ପାରିବ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି । ରାଜ୍ୟର କୌଣସି ସ୍ଥାନରେ ଏଥିନେଇ ଅନୁମତି ଦିଆଯାଇ ନାହିଁ । ମୁମ୍ବାଇ ହାଇକୋର୍ଟଙ୍କ ନିର୍ଦେଶ ପରେ ମୁମ୍ବାଇରେ ତାଜିଆ ଶୋଭାଯାତ୍ରା ଆୟୋଜନ ହୋଇପାରିବ, ମାତ୍ର ଏଥିରେ ୫ରୁ ଅଧିକ ଲୋକ ସାମିଲ ହୋଇ ପାରିବେ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିର୍ଦେଶକୁ କଠୋର ଭାବରେ ଅନୁପାଳନ ନିମନ୍ତେ ନିର୍ଦେଶ ଦେଇଛନ୍ତି ।

- Advertisement -

ମୁମ୍ବାଇ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍.ଜେ.କଥାୱାଲା ଓ ମାଧବ ଜାମଦାରଙ୍କ ଖଣ୍ଡପୀଠରେ ସିଆ ସମ୍ପ୍ରଦାୟ ପକ୍ଷରୁ ହୋଇଥିବା ଏକ ଆବେଦନର ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି । ଆବେଦନକାରୀ ମହରମ ଅବସରରେ ପ୍ରତୀକାତ୍ମକ ଶୋଭାଯାତ୍ରା ନିମନ୍ତେ ଅନୁମତି ଲୋଡ଼ିଥିଲେ । ଏହାର ବିଚାର କରି ଅଦାଲତ  ସିଆ ମୁସଲମାନ ସମ୍ପ୍ରଦାୟକୁ ଅଗଷ୍ଟ ୩୦ ତାରିଖରେ ଶୋଭାଯାତ୍ରା ନିମନ୍ତେ ଅନୁମତି ଦେଇଛନ୍ତି । ସନ୍ଧ୍ୟା ୪.୩୦ରୁ ୫.୩୦ ମଧ୍ୟରେ ପୂର୍ବ ନିର୍ଧାରିତ ରାସ୍ତାରେ ମାତ୍ର ୧୦୦ ମିଟର ଶୋଭାଯାତ୍ରା କରାଯିବ ଏବଂ ଏଥିରେ ୫ ଜଣ ସାମିଲ ହୋଇ ପାରିବେ । ଯେଉଁ  ୫ ଲୋକ ତାଜିଆ ଶୋଭାଯାତ୍ରାରେ ସାମିଲ ହେବେ ସେମାନଙ୍କ ନାଁ  ପୂର୍ବରୁ ପୁଲିସକୁ ଦେବାକୁ ପଡ଼ିବ ବୋଲି ଅଦାଲତ କହିଛନ୍ତି ।

Hot this week

ଏକ୍ସ ଓ ଚାଟ୍‌ଜିପିଟି ସର୍ଭର ଡାଉନ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଚାଟ୍ ଜିପିଟି ସର୍ଭର...

ବିମାନ ୩ ଘଣ୍ଟା ବିଳମ୍ବ, ପୁଣେ ବିମାନବନ୍ଦରରେ ତିକ୍ତତା

ପୁଣେ, ୧୮ା୧୧: ପୁଣେ ବିମାନବନ୍ଦରରେ ମଙ୍ଗଳବାର ଇଣ୍ଡିଗୋର ପୁଣେ-ଦିଲ୍ଲୀ ବିମାନ(୬ଇ ୬୭୬୩)...

ମୃତଦେହ ଝୁଣି ଖାଉଛି କୁକୁର

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ମଣିଷ ଶରୀରକୁ ଝୁଣି ଖାଉଛି କୁକୁର। ବିଲ...

ଗୁରୁବାର ଶପଥ ନେବେ ନୀତିଶ

ସମାଜ ଲାଇଭ ଡ଼େସ୍କ : ବିହାରର ଦଶମ ମୁଖ୍ୟମନ୍ତ୍ରୀ ଭାବେ ଆଗାମୀ...

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ।...

Related Articles

Popular Categories