www.samajalive.in
Tuesday, December 9, 2025
15.1 C
Bhubaneswar

କୋଠଘରେ ବୋମାଫୁଟି ୨ ମୃତ

ବାଙ୍କୀ : ବାଙ୍କୀ ଥାନା ଅନ୍ତର୍ଗତ ଘୋଡାବର ଗ୍ରାମର ହରିଜନସାହି କୋଠଘରେ ଶୁକ୍ରବାର ସନ୍ଧ୍ୟାରେ ବୋମା ଫୁଟି ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଛି।
ଅନ୍ୟପକ୍ଷରେ କୋଠଘର ଛାତ ବିସ୍ଫୋରଣରେ ଭୁଶୁଡ଼ି ପଡିଥିବାରୁ ଭଗ୍ନସ୍ତୁପ ତଳୁ ଆଉ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପବିତ୍ର ନାୟକ ବୋଲି ଜଣାପଡ଼ିଛି। ବୋମା ଫୁଟିବା ପରେ ପ୍ରଥମେ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବାଙ୍କୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମାନସ ନାଏକଙ୍କୁ ମୃତ ଘୋଷଣା କରିଥିଲା ବେଳେ ଅନ୍ୟତମ ଗୁରୁତର ପରମାନନ୍ଦ ନାୟକ(୪୫)ଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମୃତ ମାନସଙ୍କ ଶବ ବାଙ୍କୀ ମେଡିକାଲରେ ପଡିରହିଛି। ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଠଘରେ କେତେଜଣ ଲୋକ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବୋମା ଭିଡୁଥିବାବେଳେ ଏହା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଘଟଣା ସମ୍ପର୍କରେ ବାଙ୍କୀ ଥାନା ଅଧିକାରୀ ସମୀର କୁମାର ପଣ୍ଡାଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ଘଟଣାସ୍ଥଳରେ ଛାତ ତଳୁ ଆଉ ଜଣଙ୍କର
ମୃତଦେହ ଉଦ୍ଧାର କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବାଙ୍କୀ ପୋଲିସ ଘଟଣାସ୍ଥଳରୁ ସୁତୁଲି ଏବଂ ତାର ସନ୍ଧାନ ପାଇଥିଲା ବେଳେ ସ୍ଥାନଟି ଉତ୍କଟ ବାରୁଦ ଗନ୍ଧ ହେଉଥିବାର ସୂଚନା ଦେଇଛନ୍ତି। ବୋମା ଭିଡୁଥିବା ସମୟରେ ବୋମାଟି ଫୁଟିଥାଇପାରେ ବୋଲି ବାଙ୍କୀ ପୋଲିସ ପ୍ରାଥମିକ ଅବସ୍ଥାରୁ ସନ୍ଦେହ ପ୍ରକାଶ କରିଛି। ଅନୁସନ୍ଧାନ ଜାରିରହିଛି। ସୂଚନାଯୋଗ୍ୟ ଯେ ଘଟଣା ସମୟରେ ବୋମା ଫୁଟିବା ଶବ୍ଦ ଏତେ ଶକ୍ତିଶାଳୀର ଥିଲା ଯେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇଥିଲେ। ପ୍ରଭାବରେ ଘରର ଛାତଟି ଭୁଶୁଡିପଡିବା ହେତୁ ଛାତ ତଳେ ଅଧିକ ଲୋକ ଫସିରହିଥାଇ ପାରନ୍ତି ବୋଲି ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟଣା ଘଟିଥାଇପାରେ ବୋଲି ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ପୋଲିସର ଅନୁସନ୍ଧାନ ପରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଜଣା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories