www.samajalive.in
Sunday, December 7, 2025
14.1 C
Bhubaneswar

ରୂପେଲୀ ପରଦାରେ ଗୁରୁ-ଶିଷ୍ୟଙ୍କ ମନଲୋଭା କାହାଣୀ

ଜୀବନରେ ଗୁରୁଙ୍କ ସ୍ଥାନ ବହୁତ ଉଚ୍ଚରେ। ଶାସ୍ତ୍ରରେ ଗୁରୁଙ୍କୁ ଈଶ୍ୱରଙ୍କ ସ୍ଥାନ ଦିଆଯାଇଛି। ଜୀବନରେ ଗୁରୁଙ୍କ ମହତ୍ତ୍ୱ ଓ ଅବଦାନ ବିଷୟରେ ଆମକୁ ଚେତାଇଥାଏ ଗୁରୁଦିବସ। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୫ ତାରିଖକୁ ଆମେ ଗୁରୁ ଦିବସ ଭାବେ ପାଳନ କରିଥାଉ। ତେବେ ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କକୁ ରୂପେଲୀ ପରଦାରେ ମଧ୍ୟ ଦେଖିବାକୁ ମିଳିଛି। ଗୁରୁ ଶିଷ୍ୟଙ୍କ ସମ୍ପର୍କକୁ ନେଇ ଅନେକ ବଲିଉଡ଼ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଆସନ୍ତୁ ଜାଣିବା ସେ ବିଷୟରେ-

ତାରେ ଜମିନ ପର୍:

- Advertisement -

୨୦୦୭ରେ ପରଦାକୁ ଆସିଥିବା ଏହି ଫିଲ୍ମଟିରେ ପ୍ରଦର୍ଶିତ ଗୁରୁ-ଶିଷ୍ୟର କାହାଣୀ ଆପଣଙ୍କୁ ପୂରାପୂରି ଭାବବିହ୍ୱଳ କରିଦେବ । ଅମିର ଖାନ୍ ଜଣେ ଶିକ୍ଷକ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କ ଶିଷ୍ୟ ଇସାନ୍ ଅବସ୍ଥି ଜଣେ ଦୁର୍ବଳ ଛାତ୍ର ଥିଲେ । ଯେଉଁଥିରେ ଅମିର ଇସାନ ଭଳି କମଜୋର୍ ଛାତ୍ର ସହ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାର ଢାଞ୍ଚାକୁ ବଦଳାଇ ଦେଇଥିଲେ । ଏହି ଫିଲ୍ମର କାହାଣୀ ପରି ସତ ଜୀବନରେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଲାଗି ଏହିଭଳି ଶିକ୍ଷକଙ୍କର ଆବଶ୍ୟକତା ରହିଛି । ଶିକ୍ଷକ ଚାହିଁଲେ ଜଣେ ଛାତ୍ରର ଜୀବନକୁ କିଭଳି ପରିବର୍ତ୍ତନ କରିପାରିବ, ତାହା ଚଳଚ୍ଚିତ୍ରରେ ଅତି ନଖୁଣ ଭାବେ ବର୍ଣ୍ଣନା କରାଯାଇଛି ।

ହିଚକି:

ବଲିଉଡରେ ୨୦୧୮ ମସିହାରେ ‘ହିଚକି’ ଚଳଚ୍ଚିତ୍ରର ନିର୍ମାଣ କରାଯାଇଥିଲା । ଏଥିରେ ଗୁରୁ-ଶିଷ୍ୟର କାହାଣୀ ଅତି ନିଖୁଣ ଭାବେ ପ୍ରଦର୍ଶନ କରାଯାଇଥିଲା । ଫିଲ୍ମରେ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଜଣେ ଶିକ୍ଷକର ଭୂମିକାରେ ନଜର ଆସିଥିଲେ । ଯାହାକୁ ସବୁବେଳେ ‘ହିକ୍କା’ ଆସୁଥାଏ, ଆଉ ସେଥିପାଇଁ ସବୁଠି ତାଙ୍କୁ ଅପମାନିତ ହେବାକୁ ପଡିଥାଏ । ପରେ ସେୁ ଦୃଢମନା ହୋଇ ନିଜର ସମସ୍ୟାକୁ ଶକ୍ତିରେ ପରିଣତ କରିଥିଲେ ଏବଂ ବିଦ୍ୟାଳୟରେ ଏକ ନୂଆ ଢଙ୍ଗରେ ପିଲାମାନଙ୍କୁ ପାଠ ପଢାଇଥିଲେ । ନିଜ ସମସ୍ୟାକୁ ନେଇ ନିନ୍ଦିତ ହେବା ବଦଳରେ ତା’କୁ ନିଜର ଶକ୍ତିରେ ପରିଣତ କରିବା ଲାଗି ସେ ପିଲାମାନଙ୍କୁ ପ୍ରେରଣା ଦେଇଥିଲେ ।

ଚକ୍ ଆଣ୍ଡ ଡଷ୍ଟର୍:

୨୦୧୬ରେ ରିଲିଜ ହୋଇଥିବା ‘ଚକ୍ ଆଣ୍ଡ ଡଷ୍ଟର୍’ ଫିଲ୍ମରେ ଅଭିନେତ୍ରୀ ଶାବନା ଆଜମୀ ଓ ଜୁହି ଚାୱଲା ଜଣେ ଶିକ୍ଷକ ଭୂମିକାରେ ଦମଦାର ଅଭିନୟ କରିଥିଲେ । ଏହି ଫିଲ୍ମଟି ଘରୋଇ ଶିକ୍ଷା ବ୍ୟବସ୍ଥାର ବ୍ୟବସାୟୀକରଣ ଉପରେ ଆଧାରିତ ଥିଲା । ସ୍କୁଲକୁ ପଢିବାକୁ ଆସୁଥିବା ପ୍ରତ୍ୟେକ ପିଲାକୁ ନିଜ ପିଲା ଭାବି ପଢାଇବା ଉଚିତ୍, ଯାହା ଫଳରେ ପାଠରେ ପଛୁଆ ପିଲାବି ପଢାରେ ଭଲ ପ୍ରଦର୍ଶନ କରିପାରିବ ।

ହିନ୍ଦୀ ମିଡିୟମ୍:

ହିନ୍ଦୀ ମିଡିୟମ୍ରେ ଇରଫାନ୍ ଖାନ୍ ଅଳ୍ପ ପାଠୁଆ ବ୍ୟକ୍ତି ଭାବେ ନଜର ଆସୁଛନ୍ତି । ଯିଏକି ନିଜ ଝିଅକୁ ଇଂଲିଶ ମିଡିୟମରେ ପଢାଇବାକୁ ବହୁ କସରତ କରୁଛନ୍ତି, ଯାହା ଫଳରେ ତାଙ୍କ ଝିଅବି ଅନ୍ୟମାନଙ୍କ ପରି ଇଂଲିଶ କହିପାରିବ ଏବଂ ତଥାକଥିତ ସମାଜରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ଭାବେ ପରିଚୟ ପାଇପାରିବ । ପରେ ସମୟସ୍ରୋତରେ ସେ ଅନୁଭବ କରୁଛନ୍ତି ଯେ କୌଣସି ମିଡିୟମ୍ ବିଦ୍ୟାଳୟ ନୁହେଁ ବରଂ ଜଣେ ଭଲ ଶିକ୍ଷକ ହିଁ ପିଲାର ଭବିଷ୍ୟତକୁ ଉଜ୍ଜ୍ୱଳମୟ କରିପାରିବ ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories