www.samajalive.in
Saturday, December 6, 2025
15.1 C
Bhubaneswar

ଲତା ମଙ୍ଗେସକରଙ୍କଠାରୁ ବି ୧୦୦ଗୁଣା ଅଧିକ ପାଉଣା ନେଉଥିଲେ ଏହି ପାକିସ୍ତାନୀ ଗାୟକ

ସମାଜ ଡିଜିଟାଲ ଡେସ୍କ: ୭୦ ଦଶକରେ କିଶୋର କୁମାର, ମହମ୍ମଦ ରଫି ଏବଂ ମୁକେଶ କୁମାରଙ୍କ ଭଳି କଣ୍ଠଶିଳ୍ପୀଙ୍କ ନାମ ପ୍ରସିଦ୍ଧ ଗାୟକ ତାଲିକାରେ ରହିଥିଲା। କିନ୍ତୁ ଯେତେବେଳେ ଫିଲ୍ମ ‘ମୋଗଲ-ଏ-ଆଜମ’ ନିର୍ମାଣ କରାଗଲା, ସେତେବେଳେ ଫିଲ୍ମରେ ଗୀତ ଗାଇବା ପାଇଁ ଆଉ ଜଣେ ତୃତୀୟ କଣ୍ଠଶିଳ୍ପୀଙ୍କୁ ସ୍ୱାକ୍ଷର କରାଯାଇଥିଲା। ଆମେ ଯେଉଁ ଗାୟକଙ୍କ କଥା ଏଠାରେ କହୁଛୁ ସେ ହେଲେ ବଡେ ଗୁଲାମ ଅଲି ଖାନ୍‌‌। ଯିଏକି ୧୯୦୨ ମସିହା ଏପ୍ରିଲରେ ପାକିସ୍ତାନର ଲାହୋର ନିକଟ କେସୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବିଂଶ ଶତାଦ୍ଦୀରେ ତାନସେନ୍‌‌ ଭାବରେ ମଧ୍ୟ ସେ ଜଣାଶୁଣା ଥିଲେ। ସେ ୧୯୩୮ ମସିହାରେ ପ୍ରଥମ କନ୍ସର୍ଟ କରିଥିଲେ। ୧୯୬୦ରେ ମୋଗଲ-ଏ-ଆଜମ ଫିଲ୍ମ ରିଲିଜ ହୋଇଥିଲା। ଫିଲ୍ମରେ ଦୁଇଟି ଗୀତରେ କଣ୍ଠଦାନ କରିଥିଲେ ଗୁଲାମ ଅଲି ଖାନ। ଏହି ଦୁଇଟି ଗୀତକୁ ଗାଇବା ପାଇଁ ଗୁଲାମ ଅଲି ନେଇଥିଲେ ୫୦ହଜାର ଟଙ୍କା।

ବଡେ ଗୁଲାମ ଅଲି ଖାନ ଗୋଟିଏ ଗୀତକୁ ଗାଇବା ପାଇଁ ସେତେବେଳେ ନେଇଥିଲେ ୨୫ହଜାର ଟଙ୍କା। ଯେତେବେଳେ କି ମହମ୍ମଦ ରଫି, ଲତା ମଙ୍ଗେସକର ମୁକେଶ କୁମାରଙ୍କ ଭଳି ବଲିଉଡର ଗାୟକମାନେ ୨୦୦ରୁ ୩୦୦ ଟଙ୍କା ପ୍ରତି ଗୀତ ହିସାବରେ ନେଉଥିଲେ। ଗୁଲାମଙ୍କ ଏହି ପାଉଣା ଲତା ମଙ୍ଗେସକରଙ୍କ ଠାରୁ ୧୦୦ ଗୁଣା ଅଧିକ ଥିଲା । ଗୁଲାମ ଅଲି ଖାନ ଜଣେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ଥିଲେ। ଆଜି ବି ପ୍ରଶଂସକମାନେ ତାଙ୍କ ସ୍ୱର ଶୁଣିବାକୁ ବେଶ ଭଲ ପାଆନ୍ତି। ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ସମୟରେ ଉସ୍ତାଦ ବଡେ ଗୁଲାମ ଅଲି ଖାନ ପ୍ରଥମେ ଲାହୋରକୁ ପଳାଇଥିଲେ। କିନ୍ତୁ କିଛି ସମୟ ବ୍ୟବଧାନରେ ଭାରତକୁ ଫେରିଆସିଥିଲେ। ଭାରତରେ ରହିବ ବିବାହ କରି ପରିବାର ଗଢିଥିଲେ। ସେ ପକ୍ଷାଘାତ ରୋଗରେ ପୀଡିତ ଥିବାରୁ ଶେଷରେ ୨୫ ଏପ୍ରିଲ ୧୯୬୮ରେ ହଇଦ୍ରାବାଦର ବଶିରବାଗ ପ୍ୟାଲେସରେ ତାଙ୍କର ଦେହାନ୍ତ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories