www.samajalive.in
Sunday, December 7, 2025
14.1 C
Bhubaneswar

ବଲିଉଡ ଅଭିନେତ୍ରୀ ଶଶିକଳାଙ୍କ ନିଧନ

ନୂଆଦିଲ୍ଲୀ : ୭୦ ଦଶକର ହିଟ୍ ଅଭିନେତ୍ରୀ ଶଶିକଳାଙ୍କ ୮୮ ବର୍ଷ ବୟସରେ ଆଜି (ଏପ୍ରିଲ ୪)ରେ ଦେହାନ୍ତ ହୋଇଛି। ଆଜି ମଧ୍ୟାହ୍ନ ୧୨ଟାରେ ସେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡିଛି। ସେ ପ୍ରାୟ ୧୦୦ଟି ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ପରେ ସେ ଦୀର୍ଘ ସମୟ ଧରି ବଲିଉଡରୁ ଦୂରେଇ ଯାଇଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଶଶିକଳା ଜାଭାଲକର । ସେ ଏକ ମରାଠୀ ପରିବାରର ଥିଲେ।

ସେ ୪ ଅଗଷ୍ଟ ୧୯୩୨ ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଜିନତ, ଯାହା ନୁର ଜାହାନଙ୍କ ସ୍ୱାମୀ  ଶୌକତ ରିଜଭିଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ୧୯୪୫ ମସିହାରେ ଫିଲ୍ମ ‘ଜିନତ’ରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ୨୫ ଟଙ୍କା ମିଳିଥିଲା ​​। ଏହି ଚଳଚ୍ଚିତ୍ର ପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ସଫଳତା ପାଇବା ପରେ ଶଶିକଳା ଅଭିନେତା କେ.ଏଲ୍ ସହଗାଲଙ୍କ ସମ୍ପର୍କୀୟ ଓମ୍ ପ୍ରକାଶ ସେହଗାଲଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି କନ୍ୟା ସନ୍ତାନ ମଧ୍ୟ ଅଛନ୍ତି। କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।

- Advertisement -

ଚଳଚ୍ଚିତ୍ର ସହିତ ଶଶିକଳା ଟିଭିରେ ମଧ୍ୟ କାମ କରୁଥିଲେ । ସେ ପ୍ରସିଦ୍ଧ ସିରିଏଲ ସୋନ ପ୍ୟାରୀରେ ଫ୍ରୁତିଙ୍କ ଜେଜେମା ଭୂମିକାରେ ନଜର ଆସିଥିଲେ। ୨୦୦୭ ରେ ତାଙ୍କୁ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories