www.samajalive.in
Saturday, December 6, 2025
14.1 C
Bhubaneswar

ବଲାଙ୍ଗିରରେ ଭାଳେଣି: ସପ୍ତାହକ ତଳେ ଶହଶହ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ସଂକ୍ରମିତ ମନ୍ତ୍ରୀ ସୁଶାନ୍ତ ସିଂହ

ବଲାଙ୍ଗିର:ଜିଲା ପ୍ରଶାସନ କରୋନା ପାଇଁ ଗତ ୮ରୁ ୧୧ ତାରିଖ ଯାଏ ଜିଲା ପ୍ରଶାସନ ସଟ୍‍ଡାଉନ୍‍ ଘୋଷଣା କରିଥିଲା।  ଏହା ସତ୍ବେ ଗତ ୧୦ ତାରିଖରେ ବଲାଙ୍ଗିର ଜିଲା ବେଲପଡ଼ା ବ୍ଲକ ଧୁମାଭଟା ବୀଣାପାଣି ଡିଗ୍ରୀ କଲେଜ ଗୃହ ଉଦଘାଟନ ଉତ୍ସବରେ କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନୀ ସାହୁ, ସ୍ଥାନୀୟ ବିଧାୟକ ସରୋଜ ମେହେର ଅତିଥି ଭାବେ ଯୋଗ ଦେଇଥିଲେ। ଏବେ ମନ୍ତ୍ରୀ ସୁଶାନ୍ତ ସିଂ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ପରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା କର୍ମୀ ଓ ନେତାମାନେ ଛାନିଆଁ ।

ଏହି ଉଦଘାଟନ ଉତ୍ସବରେ ପ୍ରାୟ ୫୦୦ ଲୋକ ଏହି ଅବସରରେ ଏକତ୍ରିତ ହୋଇଥିଲେ ।   ୨ଶହରୁ ଉର୍ଦ୍ଧ ଲୋକଙ୍କର ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା।  ବାହାଘର କଲେ ୫୦ଜଣ ଲୋକ, ଅନ୍ତିମ ସଂସ୍କାରରେ  ୨୦ଜଣ ଲୋକ ସମ୍ମିଳିତ ହୋଇପାରିବେ ବୋଲି ନିୟମ କରାଯାଇଛି। ତେବେ ଗୋଟିଏ ନୂତନ ଗୃହ ଉଦ୍‍ଘାଟନ ସମୟରେ ୫ଶହରୁ ଉର୍ଦ୍ଧ ଲୋକଙ୍କ ଉପସ୍ଥିତି ଓ ୨ଶହରୁ ଉର୍ଦ୍ଧ ଲୋକଙ୍କ ଖାଦ୍ୟପେୟ ବ୍ୟବସ୍ଥା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ସ୍ବାଭାବିକ ପ୍ରଶ୍ନ ଉଠିଥିବାବେଳେ ମୁଖ୍ୟ ଅତିଥି ତଥା ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ସଂକ୍ରମିତ ହେବା ସ୍ଥିତିକୁ ଆହୁରି ଜଟିଳ କରିଛି ।

- Advertisement -

ଏହି ଉଦ୍ଘାଟନ ଉତ୍ସବ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ପ୍ରାୟ ୧୬୦ ଜଣ ସ୍ବେଚ୍ଛାସେବୀ ରକ୍ତଦାନ କରିଥିଲେ । ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ମାତ୍ର ରକ୍ତଦାନ ପରି ଏକ ମହତ କାର୍ଯ୍ୟ ଅବସରରେ ଗୃହ ଉଦ୍ଘାଟନ ସହ ଭୋଜିଭାତ କରାଯିବା ପରେ ଉଦଘାଟକ ତଥା ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ସଂକ୍ରମିତ ହେବା ପରିସ୍ଥିତିକୁ ସ୍ପର୍ଶକାତର କରିଛି । ଯେଉଁମାନେ ରକ୍ତଦାନ କରିଥିଲେ ସେମାନେ କରୋନା ସଂକ୍ରମିତ ଥିଲେ କି ନାହିଁ ତାହା ଯାଞ୍ଚ କରାଯାଇ ନ ଥିବା ମଧ୍ୟ ଅଭିଯୋଗ ହୋଇଛି ।

କରୋନା ସଂଖ୍ୟାକୁ ଦୃଷ୍ଟିରେ ରଖି ଜିଲାପାଳ ବଲାଙ୍ଗିର ଜିଲାକୁ ୨ଥର ସଟ୍‍ଡାଉନ କରି ସାରିଲେଣି। ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ସମୟରେ କରୋନା କଟକଣାକୁ ଅମାନ୍ୟ କଲେ ପୁଲିସ ଅମାନିଆଙ୍କୁ ଜରିମାନା କରୁଛି। ସଭା ସମିତି, ଆନ୍ଦୋଳନ କଲେ ମାମଲା ରୁଜୁ ହେଉଛି। କିନ୍ତୁ ରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀ ଓ ବିଧାୟକ ଶହଶହ ଲୋକଙ୍କ ଉପସ୍ଥିତିରେ ଗୃହ ଉଦଘାଟନ ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେବା ପରେ ସଂକ୍ରମଣର ଭୟ ବୃଦ୍ଧି ପାଇଥିବା ଚର୍ଚା ହେଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories