ସୁକତେଲ ନଦୀରେ ଶିବଲିଙ୍ଗ
ବଲାଙ୍ଗିର : ବଲାଙ୍ଗିର ଜିଲା ସଦର ବ୍ଲକ ଚନ୍ଦନଭାଟି ଗାଁ ପାଖ ଦେଇ ବୋହି ଯାଉଥିବା ସୁକତେଲ ନଦୀରୁ ଶିବଲିଙ୍ଗ ବାହାରିଥିବା ଜଣାପଡିଛି । ସୂଚନା ଅନୁସାରେ, ଗାଁର ଛୋଟ ଛୋଟ ପିଲାମାନେ ସୁକତେଲ ନଦୀରେ ଗାଧୋଉଥିବା ସମୟରେ ଦୁଇଟି ବଡ ବଡ ଶିବଲିଙ୍ଗ ପାଇଥିଲେ । ଶିବଲିଙ୍ଗ ଗୁଡିକ ମୁଗୁନି ପଥରରେ ତିଆରି ହୋଇଥିବା ଜଣାପଡିଛି । ତେବେ ଉକ୍ତ ଶିବଲିଙ୍ଗକୁ ଗାଁ ଲୋକେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଛନ୍ତି ।
Comments are closed.