www.samajalive.in
Sunday, December 14, 2025
19.1 C
Bhubaneswar

କୋଶଳ ମୁକ୍ତି ମୋର୍ଚ୍ଚାର ରାଜ୍ୟସ୍ତରୀୟ ସମାବେଶ

ବଲାଙ୍ଗିର/ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପାଟଣେଶ୍ୱରୀ କଲେଜ ନିକଟ ପାଞ୍ଚ ଛକରେ କୋଶଳ ମୁକ୍ତି ମୋର୍ଚ୍ଚାର ଆହ୍ୱାନରେ ଚଙ୍ଗରିଆ ସରପଞ୍ଚ ସୁଶୀଲ ଗୁରୁଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଛି । ଅତୀତରେ କୋଶଳାଞ୍ଚଳକୁ ରାଜ୍ୟ ସରକାରଙ୍କ ଅବହେଳା ଓ ପ୍ରଧାନମନ୍ତ୍ରୀ ଆବାସରେ ଯୋଜନାରେ ବଞ୍ଚିତ ପ୍ରତିବାଦରେ କଳହାଣ୍ଡିରୁ ବରଗଡ ଓ ନୂଆପଡ଼ାରୁ ସୁନ୍ଦରଗଡକୁ ପଦଯାତ୍ରା କରିଥିବା ସଂଗ୍ରାମୀମାନଙ୍କୁ ସମାବେଶରେ ସମ୍ମାନିତ କରାଯାଇଥିଲା । ଏଥିସହିତ କୋଶଳାଞ୍ଚଳକୁ ରାଜ୍ୟ ସରକାର ଜାଣିଶୁଣି ଅବହେଳା କରୁଥିବା ଅଭିଯୋଗ ଉଠିବା ସହ ସମାଲୋଚନା କରାଯାଇଥିଲା । କୋଶଳାଞ୍ଚଳରେ ସବୁପ୍ରକାରର ଭିତ୍ତିଭୂମି ଥିଲେ ବି ଅବହେଳା ପରେ ଅବହେଳା ହିଁ କରାଯାଉଥିବା ଅଭିଯୋଗ ହୋଇଥିଲା ।

ତେଣୁ କୋଶଳ ରାଜ୍ୟ ଆନ୍ଦୋଳନକୁ ଜୋରଦାର କରିବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା । ଆଗାମୀ ଦିନରେ ରାଜ୍ୟ ବିଧାନସଭା ଓ ସଂସଦ ଭବନ ଘେରାଉ କରିବା ପାଇଁ ସ୍ଥିର କରାଯାଇଥିଲା । ଏହି ଅବସରରେ କୋଶଳ ମୁକ୍ତି ମୋର୍ଚ୍ଚାକୁ ପରିଚାଳନା କରିବା ପାଇଁ ୮ଜଣିଆ ଅସ୍ଥାୟୀ ଆବାହକ ମଣ୍ଡଳୀ ଗଠନ କରାଯାଇଥିଲା । ଏଥିରେ ନାରୀ ନେତ୍ରୀ ଲକ୍ଷ୍ମୀ ଶବର, ଆଦିବାସୀ ନେତା ଗିରିରାଜ ଭୋଇ, ଯୁବ ସମାଜସେବୀ ଅଚ୍ୟୁତ ସୁପିନ ଖମାରୀ, ଧୁମାଭଟା ସରପଞ୍ଚ ବନମାଳୀ ନାଏକ, ଚଙ୍ଗରିଆ ସରପଞ୍ଚ ସୁଶୀଳ ଗୁରୁ, ଆଇନଜୀବୀ ସୁବାସ ଆଚାର୍ଯ୍ୟ, ଡିଙ୍ଗର କୁମ୍ଭାର, କାଶୀନାଥ ମେହେରଙ୍କୁ ମନୋନୀତ କରାଯାଇଥିଲା ।

- Advertisement -

ସମାବେଶରେ ବାଘମୁଣ୍ଡ ସରପଞ୍ଚ ଦେବାଶିଷ ସାହୁ, ଧଣ୍ଡାମୁଣ୍ଡା ସରପଞ୍ଚ ବୈଦ୍ୟନାଥ ମିଶ୍ର, ଧୁମାଭଟା ସମିତି ସଭ୍ୟ ଲଳିତ ମଲ୍ଲିକ, ବେଲପଡ଼ା ବ୍ଲକ ସଭାପତି ଜନାର୍ଦ୍ଦନ ସିଂ, ଜିତୁ ନାଏକ, ଜଗନ ମେହେର, ଧରମ ସିଂ ଧରୁଆ, ସରୋଜ ସାହୁ, ଧର୍ମରାଜ ବରିହା, ରଞ୍ଜନ ସାହୁ, ରଞ୍ଜିତା ସାହୁ, ଅଜିତ ସାହୁ, ତୁଷ ବୁଡେକ, ପିଣ୍ଟୁ ବୁଡେକ, ଚୈତନ୍ୟ ବାଗଙ୍କ ସହ ବହୁ ସଂଖ୍ୟାରେ କୋଶଲ ସଂଗ୍ରାମୀ ଉପସ୍ଥିତ ଥିଲେ । ଶେଷରେ ରାମ ବୁଡେକ ଧନ୍ୟବାଦ ଦେଇଥିଲେ ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳା ମୃତ୍ୟୁକୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories