www.samajalive.in
Sunday, December 7, 2025
23.1 C
Bhubaneswar

ଶିବରାମଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର: ବଲାଙ୍ଗିର ସିଭିଲ କୋର୍ଟର ବରିଷ୍ଠ ଟାଇପିଷ୍ଟ ଶିବରାମ ପଣ୍ଡାଙ୍କ ଚାକିରୀରୁ ଅବସର ନେଇଛନ୍ତି । ବିଚାର ବିଭାଗୀୟ ସଂଘ ପକ୍ଷରୁ ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସଭାରେ ବଲାଙ୍ଗିର ଜିଲ୍ଲା ଜଜ ଲୋକନାଥ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ । ବରିଷ୍ଠ କର୍ମଚାରୀ ଦୂତିଆ ଦେହୁରୀ ସଂଯୋଜନା କରିଥିଲେ ଓ ଜିଲ୍ଲା କୋର୍ଟ ସିରସ୍ତାଦର ରାଜେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ ।

ଜିଲ୍ଲା ଜଜ୍‌ ଶ୍ରୀ ମହାପାତ୍ର ଓ ସିଭିଲକୋର୍ଟ ରେଜିଷ୍ଟ୍ରାର ଅମିତ ବାରିକ ଶ୍ରୀ ପଣ୍ଡାଙ୍କ ଅବସର ଗ୍ରହଣର ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ । ସଭା କାର୍ଯ୍ୟକୁ ସମ୍ପାଦକ ଆଶିଷ ଥନାପତି, କୋଷାଧ୍ୟକ୍ଷ ଆକାଶ ତ୍ରିପାଠୀ, ଉପସଭାପତି ଲକ୍ଷ୍ମୀ ସିଂ, ଯୁଗ୍ମ ସଂପାଦକ ଶ୍ରଦ୍ଧାଞ୍ଜଳି ମେହେର ପରିଚାଳନା କରିଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories