www.samajalive.in
Sunday, December 14, 2025
19.1 C
Bhubaneswar

ସିଝା ଅଣ୍ଡା ଖାଉଥିଲେ : ଜାଣି ରଖନ୍ତୁ..

ଅଣ୍ଡା ପୋଷଣ ଓ ପ୍ରୋଟିନ୍‌‌ରେ ଭରପୁର। ଥଣ୍ଡା ଅଥବା ଖରାଦିନ ହେଉ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡା ଆବଶ୍ୟକ ବୋଲି କୁହାଯାଏ। ମାତ୍ର ଅଣ୍ଡା ଖାଇବା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ପ୍ରଶ୍ନ ଏହା ମଧ୍ୟ ଅନେକ ସମୟରେ ମନରେ ଆସିଥାଏ, କେତେ ସମୟ ମଧ୍ୟରେ ସିଝା ଅଣ୍ଡା ଖାଇବା ଆବଶ୍ୟକ। ଅଧିକାଂଶ ଲୋକେ ସକାଳର ଜଳଖିଆରେ ସିଝା ଅଣ୍ଡା ଖାଇବାକୁ ପସନ୍ଦ କରିଥାଆନ୍ତି। କିଛି ଲୋକେ ଅଣ୍ଡାକୁ ଆମ୍‌‌ଲେଟ୍‌‌ ତ କିଛି ଲୋକେ ଏହାକୁ ସିଝାଇ ଖାଇଥାଆନ୍ତି।
ଅଣ୍ଡା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଅଣ୍ଡାରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌‌, ଆଇରନ, ଭିଟାମିନ ଏ, ବି୬, ବି୧୨, ଫସଫରସ, ସେଲେନିୟମ ଆଦି ରହିଛି। ସିଝା ଅଣ୍ଡା ପ୍ରୋଟିନ୍‌‌ ଓ ପୋଷକ ତତ୍ତ୍ୱର ଉତ୍ତମ ସ୍ରୋତ।
ଅନେକ ସମୟରେ ଏପରି ଦେଖାଯାଏ ଲୋକେ ଅଣ୍ଡାକୁ ସିଝାଇ ଅଧିକ ଦିନ ପର୍ଯ୍ୟନ୍ତ ରଖି ଏହାକୁ ଖାଇଥାଆନ୍ତି। ମାତ୍ର ସିଝା ଅଣ୍ଡାକୁ ଅଧିକରୁ ଅଧିକ ୫ ରୁ ୭ ଦିନ ମଧ୍ୟରେ ଖାଆନ୍ତୁ। ଏହା ଶରୀର ପାଇଁ କୌଣସି କ୍ଷତି କରିନଥାଏ।
ମାତ୍ର ଅଣ୍ଡାକୁ ସିଝାଇବା ପରେ ୨ ଦିନ ମଧ୍ୟରେ ଖାଇବା ଉଚିତ୍‌‌। ସିଝା ଅଣ୍ଡାକୁ ଅଧିକ ଦିନ ଯାଏଁ ରଖିବା ଦ୍ୱାରା ଏହାର ପିଏଚ୍‌‌ରେ ପରିବର୍ତ୍ତନ ହୋଇଥାଏ। ଅଣ୍ଡା ସିଝାଇବା ପରେ ଏହାକୁ କିଛି ସମୟ ଥଣ୍ଡା ପାଣିରେ ନିଶ୍ଚୟ ରଖନ୍ତୁ। କିଛି ସମୟ ପରେ ପାତ୍ରକୁ କାଢି ଶୁଖି ଯିବା ପରେ ରଖନ୍ତୁ। ଏହାଦ୍ୱାରା ଅଣ୍ଡାରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇନଥାଏ।

 

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories