ଭୁବନେଶ୍ବର: ଅଙ୍ଗଦାନଠୁ ମହତ କାର୍ଯ୍ୟ କିଛି ନାହିଁ। ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ଜୀବନରେ ଅଙ୍ଗଦାତା ନୂତନ ଜୀବନ ଭରି ଦିଅନ୍ତି। ରାଜ୍ୟରେ ଏବେ ସୁଦ୍ଧା ୧୪ଟି ଚିକିତ୍ସାଳୟ ଅଙ୍ଗ ପ୍ରତିରୋପଣ ନିମନ୍ତେ ପଞ୍ଜୀକରଣ କରିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି। ବୁଧବାର ଲୋକସେବା ଭବନରେ ଆୟୋଜିତ ବିଶ୍ୱ ଅଙ୍ଗଦାନ ଦିବସ-୨୦୨୫ କାର୍ଯ୍ୟକ୍ରମରେ ‘ସୂରଜ ପୁରସ୍କାର’ ପ୍ରଦାନ କରିବା ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଗୁରୁତ୍ବପୂର୍ଣ୍ଣ ଅଙ୍ଗଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ନିମନ୍ତେ ଆଗେଇ ଆସିବା ପାଇଁ ନିଶ୍ଚିତ ଭାବରେ ସମସ୍ତଙ୍କୁ ଉତ୍ସାହିତ କରିବ। ଡ. ମହାଲିଙ୍ଗ ଏହି ଅବସରରେ ୨୪ ଜଣଙ୍କୁ ଅଙ୍ଗଦାନ ନିମନ୍ତେ ସୂରଜ ସମ୍ମାନ ପ୍ରଦାନ କରିଥିଲେ। ସ୍ବର୍ଗତ ରଶ୍ମିପ୍ରଭା ପଟେଲ, ସିବୁନ ସିଦ୍ଧାର୍ଥ ସାହୁ, ବିକାଶ କୁମାର ସାହୁ, ମନୋଜ କୁମାର ସାହୁ, ଅଲେଖ ପ୍ରସାଦ ପରିଡା, ପ୍ରହଲ୍ଲାଦ ରାଉତ, ଲତା ମହାନ୍ତ, ଜନ୍ମେଷ ଲେଙ୍କା, ପ୍ରଦୀପ କୁମାର ଜେନା, ସ୍ବଶ୍ରୀଆୟାନ ପାତ୍ର, ବିଶ୍ବଜିତ ଦାସ, ଜୟନ୍ତ କୁମାର ଖମାରୀ, ଅଜୟ କୁମାର ଗିରି, ଆଶିଷ ଛୁଆଳସିଂ, ଚନ୍ଦ୍ରଶେଖର ନାୟକ, ନରସିଂହ ପ୍ରସାଦ ମହାରଣା, ପଣ୍ଡାଇ ଶବର, ଶରତ ଚନ୍ଦ୍ର ବିଶ୍ବାଳ, ପିଲାନ୍ତ ଶବର, କେ. ନରେଶ ପଟ୍ଟନାୟକ, ଅରୁଣ ଭୂୟାଁ, ସୌମ୍ୟରଞ୍ଜନ ବେହେରା, ଶିବ ପ୍ରସାଦ ଜେନା ଏବଂ ସ୍ବର୍ଗତ ରୀନା ପୃଷ୍ଟିଙ୍କ ପରିବାରକୁ ସୂରଜ ପୁରସ୍କାର ବାବଦରେ ୫ ଲକ୍ଷ ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସଚିବ ଅଶ୍ବଥୀ ଏସ୍, ଡିଏମ୍ଇଟି ଡା. ସନ୍ତୋଷ ମିଶ୍ର, ସ୍ୱାସ୍ଥ୍ୟ ନିର୍ଦେଶକ ଡା. ଅମରେନ୍ଦ୍ର ନାଥ ମହାନ୍ତି, ରାଜ୍ୟ ଅଙ୍ଗଦାନ ପ୍ରତିରୋପଣ ସଂସ୍ଥା (ସୋଟୋ) ନୋଡାଲ ଅଧିକାରୀ ପ୍ରଫେସର ଉମାକାନ୍ତ ଶତପଥୀ, ଯୁଗ୍ମ ନିର୍ଦେଶକ ବିଭୂତି ଭୂଷଣ ନାୟକ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଅଙ୍ଗଦାତାଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଉପ ଶାସନ ସଚିବ ଅରୁଣା ତ୍ରିପାଠୀ।
Popular Categories



