www.samajalive.in
Sunday, December 7, 2025
14.1 C
Bhubaneswar

ନେପୋଟିଜିମ୍‌କୁ ନେଇ ବବିଙ୍କ ସ୍ପଷ୍ଟୋକ୍ତି

୫୧ ବର୍ଷୀୟ ବବି ଦେଓଲ ପ୍ରଥମ ସୁପରହିଟ୍ ଚଳଚ୍ଚିତ୍ର ଥିଲା ‘ବରଷାତ୍’। ସେ ଓ ଟ୍ବିଙ୍କିଲ୍ ଖାନ୍ନା, ଦୁହେଁ ଏଇ ଚଳଚ୍ଚିତ୍ରରେ କ୍ୟାରିୟର ଆରମ୍ଭ କରିଥିଲେ। ବକ୍ସ ଅଫିସ୍‌ରେ ସଫଳତା ପାଇଥିବା ‘ବରଷାତ୍’ ବବିଙ୍କୁ ରୋମାଣ୍ଟିକ୍‌ ବୟର ପରିଚୟ ଦେଇଥିଲା। ବାପା ଧର୍ମେନ୍ଦ୍ର ହିଁ ବବିଙ୍କ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦେଇଥିଲେ। ନିକଟରେ ଏକ ସାକ୍ଷାତକାର୍‌ରେ ବବି ନୋପୋଟିଜିମ୍‌ ବିବାଦକୁ ନେଇ ମୁହଁ ଖୋଲିଛନ୍ତି। ତାଙ୍କ ମତରେ ବାପା, ମା ପିଲାଙ୍କ କ୍ୟାରିୟର ଗଢ଼ିବା ନେଇ ସଚେତନ। ପିଲାର ସୁବିଧା, ଅସୁବିଧା ସମୟରେ ଘରଲୋକ ହିଁ ଢାଲ ହୋଇ ରହିଥାନ୍ତି। ଏଥିରେ ବା ଭୁଲ୍ କେଉଁଠି? ତାଙ୍କ କ୍ୟାରିୟର ଆରମ୍ଭ ସମୟରେ ବାପା ଓ ବଡ଼ ଭାଇ ସନି ଦେଓଲଲ ହିଁ ପରାମର୍ଶ ଦେଇଥିଲେ। ଗୋଟିଏ ହିଟ୍ ପରେ ସେ ନିଜେ ନିଷ୍ପତ୍ତି ନେବା ଆରମ୍ଭ କରିଥିଲେ। ଯେଉଁ ସମୟରେ ତାଙ୍କୁ ସୁଯୋଗ ମିଳିଲାନାହିଁ, ସେସମୟରେ ଧର୍ମେନ୍ଦ୍ରଙ୍କ ପୁଅର ପରିଚୟ କିମ୍ବା ସନିଙ୍କ ସାନ ଭାଇର ପରିଚୟ କାମରେ ଆସିନଥିଲା। ଏଣୁ ନେପୋଟିଜିମ୍‌ ଯୁକ୍ତି କରୁଥିବା ଲୋକ ସେମାନଙ୍କ ଉତ୍ତର ଜାଣିଛନ୍ତି ବୋଲି ବବିଙ୍କ ମତ। ଏକ ଲମ୍ବା ସମୟ କାମ ନପାଇବା ପରେ ବବି ଅବସାଦଗ୍ରସ୍ତ ହୋଇଯାଇଥିଲେ। ବନ୍ଧୁ ସଲମାନ୍ ଖାନ୍ ହିଁ ତାଙ୍କୁ ଏଥିରୁ ଉଦ୍ଧାର କରିଥିବାର ସେ କହିଛନ୍ତି। ନିକଟରେ ତାଙ୍କ ଅଭିନୀତ ଆକ୍ସନ୍ କ୍ରାଇମ୍ ଚଳଚ୍ଚିତ୍ର ‘କ୍ଲାସ୍ ଅଫ୍ ୮୩’ ମୁକ୍ତିଲାଭ କରିଛି। ବିଭିନ୍ନ ମହଲରେ ବବିଙ୍କ ଅଭିନୟକୁ ପ୍ରଶଂସା କରାଯାଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories