୧୦ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ବ୍ରହ୍ମପୁର: ଉତ୍ତରପ୍ରଦେଶ ଚାଲାଣ ପୂର୍ବରୁ ବ୍ରହ୍ମପୁରରୁ ଜବତ ହୋଇଛି ୧୦ କୁଇଣ୍ଟାଲ ଗଞ୍ଜେଇ । ଜାତୀୟ ରାଜପଥ ୧୬ ଲାଞ୍ଜିପାଲ୍ଲୀ ବାଇପାସ ନିକଟରେ ଥିବା ଏକ ପରିତ୍ୟକ୍ତ ଘରୁ ଅବକାରୀ ଗୁଇନ୍ଦା ବିଭାଗ କର୍ମଚାରୀମାନେ ଆଜି ଭୋରୁ ଏହି ଗଞ୍ଜେଇ ଜବତ କରିଛନ୍ତି । ଏହି ଗଞ୍ଜେଇ ଗଜପତି ଜିଲ୍ଲା ଅଡ଼ବାରୁ ଅଣାଯାଇ ଉତ୍ତରପ୍ରଦେଶ ରାଜ୍ୟକୁ ଚାଲାଣ କରାଯିବାର ଯୋଜନା ରହିଥିଲା । ଜବତ ଗଂଜେଇର ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଏକ ଅଭିଯୁକ୍ତ ଚମ୍ପଟ ମାରିଛି । ଗିରଫ ଅଭିଯୁକ୍ତ ଜଣକ ମୋହନା ଅଡ଼ବା ଅଞ୍ଚଳର ଜିତେନ୍ଦ୍ର ଉଠାଣ ସିଂ ବୋଲି ଜଣାପଡ଼ିଛି ।

Comments are closed.