www.samajalive.in
Thursday, December 11, 2025
18.1 C
Bhubaneswar

‘ଟଙ୍କା ଦେଲିନି ବୋଲି ଟିକେଟ ମିଳିଲା ନାହିଁ’

ନୂଆଦିଲ୍ଲୀ: ‘ମୋତେ ଦିଆଯାଇଥିବା ସମସ୍ତ କାର୍ଯ୍ୟ ମୁଁ ସଂପାଦନ କରିଥିଲି । କିନ୍ତୁ ଟିକେଟ କାହାକୁ ଦିଆଯିବ ତାହା ପୂର୍ବରୁ ଯୋଜନା କରାଯାଇଥିଲା । ଯେଉଁ ବ୍ୟକ୍ତି ମାସେ ତଳେ ଆସ ଦଳରେ ଯୋଗଦେଇଥିଲେ ତାଙ୍କୁ ଟିକେଟ ଦିଆଗଲା । ମୋତେ ଟଙ୍କା ମଗାଗଲା, କିନ୍ତୁ ମୁଁ ଦେବାକୁ ମନାକଲି । ସେଥିପାଇଁ ମୋତେ ଟିକେଟ ମିଳିଲା ନାହିଁ,’ ଏଭଳି ଏକ ଗୁରୁତର ଅଭିଯୋଗ ଆଣିଛନ୍ତି ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରଚାର ଅଭିଯାନରେ ପୋଷ୍ଟର ଗର୍ଲ ପାଲଟିଥିବା ପ୍ରିୟଙ୍କା ମୌର୍ଯ୍ୟ । କଂଗ୍ରେସର ‘ଲଡକି ହୁଁ, ଲଡ ଶକ୍‍ତି ହୁଁ’ ପ୍ରଚାର ଅଭିଯାନରେ ମୁଖ୍ୟ ଭୂମିକା ନେଇଥିବା ପ୍ରିୟଙ୍କା ଟ୍ୱିଟ୍‍ କରି କହିଛନ୍ତି ଯେ, ସେ ଜଣେ ଓବିସି ଯୁବତୀ । ତାହାଛଡା ପ୍ରିୟଙ୍କା ଗାନ୍ଧୀଙ୍କ ସଚିବ ସନ୍ଦୀପ ସିଂଙ୍କୁ ସେ ଲାଞ୍ଚ ଦେଇପାରିବେନି । ସେଥିପାଇଁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସେ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି ।
ପ୍ରିୟଙ୍କା ମୌର୍ଯ୍ୟ ଅଭିଯୋଗ କରି କହିଛନ୍ତି ଯେ, ସେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଲଖନଉର ସରୋଜିନୀ ନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହିଁଥିଲେ । କିନ୍ତୁ ଦଳ ରୁଦ୍ର ଦାମନ ସିଂଙ୍କୁ ଟିକେଟ ଦେଲା । ଟିକେଟ ଆବଣ୍ଟନରେ ସଂପ୍ରତି ଯେଭଳି ଜାଲିଆତି ଚାଲିଚି ସେହି ପ୍ରସଙ୍ଗ କେହି ଉଠାଇବାକୁ ଚାହୁଁନାହାନ୍ତି । କଂଗ୍ରେସରେ ଜାତିଆଣବାଦ କାରଣରୁ ବିଧାୟକ ନରେଶ ସଇନିଙ୍କୁ ଦଳ ଛାଡିବାକୁ ପଡିଥିବା ମଧ୍ୟ ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ଦଳ ସଂପ୍ରତି ‘ଲଡକି ହୁଁ, ଲଡ ଶକ୍‍ତି ହୁଁ’ ପ୍ରଚାର ଅଭିଯାନ ଚଳାଇଛି । ସେଥିରେ ପ୍ରିୟଙ୍କା ମୌର୍ଯ୍ୟଙ୍କୁ ଆଗ ସ୍ଥାନରେ ରଖାଯାଇଥିଲା । କିନ୍ତୁ ପ୍ରିୟଙ୍କା ମୌର୍ଯ୍ୟଙ୍କୁ ଟିକେଟ ଦିଆଗଲା ନାହିଁ । ଇତିମଧ୍ୟରେ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୧୨୫ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି । ଫେବ୍ରୁଆରୀ ୧୦ରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଭୋଟଗ୍ରହଣ ନିମନ୍ତେ ଏହି ତାଲିକା ପ୍ରକାଶ ପାଇଛି । ଦଳ ଅନେକଙ୍କୁ ପ୍ରଥମ ଥର ପାଇଁ ଟିକେଟ ଦେଇଛି । ସେମାନଙ୍କ ମଧ୍ୟରେ ନାଗରିକତା ସଂଶୋଧନ ଆଇନ ବିରୋଧୀ କର୍ମୀ ତଥା କଂଗ୍ରେସର ଉତ୍ତର ପ୍ରଦେଶ ମୁଖପାତ୍ର ସଦାଫ ଜାଫର, ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ମା’ ଆଶା ସିଂ, ଆଶା କର୍ମୀ ପୁନମ ପାଣ୍ଡେ ଏବଂ ସଲମନ ଖୁର୍ସିଦଙ୍କ ପତ୍ନୀ ଲୁଇ ଖୁର୍ସିଦ ଆଦି ଅନ୍ତର୍ଭୁକ୍ତ ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories