ଭୁବନେଶ୍ୱର : ବିଏମସି ଅଫିସ୍ ଭିତରେ ପଶି ଅତିରିକ୍ତ ଆୟୁକ୍ତଙ୍କୁ ମାଡ ମାରିବା ଘଟଣାରେ ବୁଧବାର ମାଷ୍ଟର ମାଇଣ୍ଡର ଗିରଫ ଦାବି କଲେ ମେୟର। ବିଏମସି ଅଫିସରରେ ବୈଠକ ପରେ କଡା ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ। ମେୟର କହିଛନ୍ତି, ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ । ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ । ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇବୁ । କିନ୍ତୁ ଓଏଏସ ସଂଘ ନିଷ୍ପତ୍ତି ଅନୁସାରେ ସମସ୍ତେ ଛୁଟିରେ ଅଛନ୍ତି । ବିଏମସିରେ ମଧ୍ୟ ସମସ୍ତେ ଛୁଟିରେ ଅଛନ୍ତି। ମେୟର ଭାବେ ମୁଁ ସମର୍ଥନ କରୁଛି ଓ ସେମାନଙ୍କ ସହ ରହିଛି। ମୁଖ୍ୟ ଅଭିଯୁକ୍ତ ନ ଧରା ହେବା ଯାଏଁ କାମରେ ଯୋଗ ଦେବୁ ନାହିଁ। କମିଶନର ନିଜେ କହିଛନ୍ତି ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି। ବର୍ତ୍ତମାନ ବିଏମସିରେ କେହି ନିଜକୁ ସୁରକ୍ଷିତ ଅନୁଭବ କରୁ ନାହାଁନ୍ତି ବୋଲି ମେୟର କହିଛନ୍ତି।
ଅଫିସ୍ ଭିତରେ ପଶି ଅତିରିକ୍ତ ଆୟୁକ୍ତଙ୍କୁ ମାଡ ମାରିବା ଘଟଣାରେ ଚାରି ଆଡୁ ପ୍ରତିବାଦ ହେବା ସହ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ବିଏମସି ଅଫିସରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମେୟର ସୁଲୋଚନା ଦାସ। ସେ କହିଛନ୍ତି ଅଫିସରଙ୍କୁ ମାଡ ମରାଯିବା ସମୟରେ ଛିଡା ହୋଇ ରହୁଥିବା ସୁରକ୍ଷାକର୍ମୀ ଦରକାର ନାହିଁ, ଗନମ୍ୟାନ ଦରକାର। ଯଦି ସେମାନେ କର୍ମଚାରୀଙ୍କୁ ସୁରକ୍ଷା ଦେଇପାରୁ ନାହାଁନ୍ତି ତେବେ କାହିଁକି ରହିବେ। ସେହିପରି ଅଫିସରେ ସିସିଟିଭ ଅଚଳ ନେଇ ସ୍ମାର୍ଟ ସିଟି ସଂସ୍ଥାକୁ ଟାର୍ଗେଟ କରିଛନ୍ତି ସୁଲୋଚନା। ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ କାହିଁକି ଜଣାଇନଥିଲେ। ଆମେ ସ୍ମାର୍ଟସିଟି ହାତରୁ ଦାୟିତ୍ୱ କାଢି ବିଏମସିକୁ ଦେବାକୁ ଚାହୁଁଛୁ ବୋଲି କହିଛନ୍ତି।
ବଡ ଝଟକା ; ଏହି ସମୟରେ ଓଲା, ଉବର ବୁକ୍ କଲେ ଦେବାକୁ ପଡିବ ୨ ଗୁଣା ଭଡା
ଦେଖନ୍ତୁ ଦୁର୍ଘଟଣାର ଛାତିଥରା ଭିଡିଓ ; ଲୋକଙ୍କ ଉପରେ ମାଡିଗଲା ଦ୍ରୁତଗତି କାର୍, ଜଣେ ମୃତ, ଅନେକ ଗୁରୁତର
କୋଭିଡ୍ ଟିକା ନୁହେଁ ତ ହୃଦଘାତ,ଆକସ୍ମିକ ମୃତ୍ୟୁର କାରଣ; ଜାଣନ୍ତୁ କ’ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ



