www.samajalive.in
Sunday, December 7, 2025
26.1 C
Bhubaneswar

କୋର୍ଟଙ୍କ ତାଗିଦ ପରେ ନରମିଲା ବିଏମ୍‌ସି

ଭୁବନେଶ୍ୱର: ସ୍ଲମ୍‌ କ୍ବାର୍ଟର୍ସ ବିବାଦର ଆପାତତଃ ଅନ୍ତ ଘଟିଛି। ମଙ୍ଗଳବାର ଅଦାଲତ ଅବମାନନା ମାମଲାର ଶୁଣାଣି କରି କୋର୍ଟ ବିଏମ୍‌ସିକୁ ତାଗିଦ କରିଛନ୍ତି। ଶୀଘ୍ର ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ କୋର୍ଟରେ ହାଜର ହୋଇ ପିଟିସନରଙ୍କ ଦାବି ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ ସତ୍ୟପାଠ ଦାଖଲ କରିଛନ୍ତି। ବିଏମ୍‌ସି ସତ୍ୟପାଠରେ ଦର୍ଶାଯାଇଛି, ସ୍ଲମ୍‌ କ୍ବାର୍ଟର୍ସ ଜମି ସାଧାରଣ ପ୍ରଶାସନର ହୋଇଥିବାବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଘର ଆବଣ୍ଟନ କରାଯାଇଥିଲା। ସ୍ଲମ୍‌ କ୍ବାର୍ଟର୍ସ ମାମଲାରେ ପିଟିସନରଙ୍କ ଦାବି ସମ୍ପର୍କରେ ପଦକ୍ଷେପ ନେବାକୁ ପୂର୍ବରୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ ମଧ୍ୟ ବିଏମ୍‌ସି ପକ୍ଷରୁ ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗଗୁଡ଼ିକର ମତାମତ ଲୋଡ଼ା ଯାଇଥିଲା। ଉତ୍ତର ଆସିନଥିବାରୁ କୋର୍ଟଙ୍କ ନିର୍ଦେଶ ଅନୁପାଳନରେ ବିଳମ୍ବ ହୋଇଥିଲା। ପୁଣି ଥରେ କର୍ମଚାରୀଙ୍କ ଦାବି ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବାକୁ କୋର୍ଟ ନିର୍ଦେଶ ଦେଇଥିବାରୁ ଏହାକୁ କାର୍ଯ୍ୟକାରୀ କରାଯିବ।

ସୂଚନା ଅନୁଯାୟୀ, ୧୯୬୫, ଅଗଷ୍ଟ ୨୮ରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ୧୮୪ଟି ସ୍ଲମ୍‌ କ୍ବାର୍ଟର୍ସ ନିର୍ମାଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ଗୃହ, ଶିକ୍ଷା, ସ୍ବାସ୍ଥ୍ୟ, ନଗର ଉନ୍ନୟନ ବିଭାଗ ପ୍ରଭୃିତର ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କୁ ଉକ୍ତ ଗୃହ ଆବଣ୍ଟନ କରାଯାଇଥିଲା। ହିତାଧିକାରୀ ସେବେଠାରୁ ଉକ୍ତ ଗୃହଗୁଡ଼ିକରେ ରହିଆସୁଥିବାବେଳେ ନିଜସ୍ବ ଖର୍ଚ୍ଚରେ ଗୃହଗୁଡ଼ିକର ରକ୍ଷଣାବେକ୍ଷଣ କରୁଛନ୍ତି। କର୍ମଚାରୀଙ୍କ ଅବସର ହୋଇଯାଇଥିଲେ ମଧ୍ୟ ଉକ୍ତ ଘରେ ରହୁଛନ୍ତି। ତେବେ ଅନ୍ୟ ସମସ୍ତ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସ୍ଲମ୍ ଗୃହରେ ରହୁଥିବା ବେଳେ କେବଳ ବିଏମ୍‌ସି ପକ୍ଷରୁ ନିଜସ୍ବ ପ୍ରାୟ କମଚାରୀଙ୍କୁ ଘର ଖାଲି କରିବାକୁ ନୋଟିସ୍‌ ଜାରି କରାଯାଇଥିଲା। ଏହାସହିତ ସ୍ଲମ୍‌ ଗୃହଗୁଡ଼ିକରେ ରହିଆସୁଥିବାରୁ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ, ଗ୍ରାଚୁଇଟି, ପଞ୍ଚମ ବେତନ ଏବଂ ଷଷ୍ଠ ବେତନ ବକେୟା ପ୍ରାପ୍ୟ ପ୍ରଦାନ କରାଯିବାରେ ଅହେତୁକ ବିଳମ୍ବ କରାଯାଉଥିଲା। ଏହା ବିରୋଧରେ କିଛି ଅବସରପ୍ରାପ୍ତ କର୍ମଚାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

- Advertisement -

ହାଇକୋର୍ଟ ମାମଲାର ବିଚାର କରି ପିଟିସନରଙ୍କ ସପକ୍ଷରେ ରାୟ ଦେଇ ତିନିମାସ ମଧ୍ୟରେ ମାମଲାର ସମାଧାନ କରିବାକୁ ବିଏମ୍‌ସିକୁ ନିର୍ଦେଶ ଦେଇଥିଲେ। ହେଲେ କୋର୍ଟଙ୍କ ନିର୍ଦେଶକୁ ବିଏମ୍‌ସି ଅନୁପାଳନ କରୁ ନ ଥିବାରୁ ଆବେଦନକାରୀ ପୁଣି ଥରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ବିଏମ୍‌ସି କମିସନର ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ମଙ୍ଗଳବାର ଅଦାଲତ ଅବମାନନା ମାମଲାର ଶୁଣାଣି ଥିଲା। ବିଏମ୍‌ସିର ସତ୍ୟପାଠ ଗ୍ରହଣ କରି ଉପଯୁକ୍ତ ପଦକ୍ଷେପ ନେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories