www.samajalive.in
Sunday, December 14, 2025
16.1 C
Bhubaneswar

ଘର ଭିତରେ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ

ଗୋସାଣି: ଗଜପତି ଜିଲା ଗୋସାଣି ବ୍ଲକ ଅନ୍ତର୍ଗତ କଣ୍ଟାବାଡ ପଞ୍ଚାୟତର ଆରିବା ଗ୍ରାମରେ ରବିବାର ରାତି ୮ଟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀଙ୍କ ଘର ଭିତରେ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି। ଦୁଇ ପୁଅ-ଝିଅ ପରସ୍ପରର ବେକ କାଟି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ମୃତଦେହ ସ୍ଥଳରେ ଅସ୍ତ୍ରଶସ୍ତ୍ରର ଚିହ୍ନବର୍ଣ୍ଣ ନଥିବାରୁ ଘଟଣାଟି ଅଧିକ ସନ୍ଦେହଜନକ ହୋଇପଡିଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ପଡିଥିବା କୋଠରୀକୁ ସିଲ କରିଛି। ଆଜି ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ମୃତଦେହକୁ ଜବତ କରାଯିବ ବୋଲି ପୁଲିସ କହିଛି।

ସୂଚନା ମୁତାବକ ଆରିବା ଗ୍ରାମର ଏସ.ବାବୁ ରାଓଙ୍କ ୨୧ ବର୍ଷୀୟ କନ୍ୟା ଏସ.ଡିଲେଶ୍ବରୀଙ୍କ ସହ ସେହି ଗ୍ରାମର ୨୮ ବର୍ଷୀୟ ଟି.ଶ୍ରୀନୁର କୁଆଡେ କିଛିବର୍ଷ ତଳେ ପ୍ରେମ ସମ୍ପର୍କ ରହିଥିଲା। ଦୁଇ ଯୁବକ-ଯୁବତୀ ଭିନ୍ନ ଭିନ୍ନ ଜାତିର। ଡିଲେଶ୍ବରୀ ହାଇଦରାବାଦରେ ବଡଭଉଣୀ ଘରେ ରହୁଥିଲେ। କିଛିଦିନ ତଳେ ସେ ଗାଁକୁ ଫେରିବା ସହ ତାଙ୍କର ବିବାହ ସ୍ଥିର ହୋଇଥିଲା। ରବିବାର ଅପରାହ୍ନରେ ବାବୁ ରାଓ ତାଙ୍କ ପତ୍ନୀ ମୁଗ ଅମଳ ପାଇଁ ଜମିକୁ ଚାଲି ଯାଇଥିଲେ। ଜମିରୁ ଫେରିବା ପରେ କନ୍ୟାକୁ ନପାଇ ଖୋଜାଖୋଜି କରି ଘରର ଶେଷଭାଗ ରୁମରେ ଦୁଇଟି ରକ୍ତାକ୍ତ ମୃତଦେହ ପଡିଥିବା ଦେଖିଥିଲେ। କିଛିସମୟ ନିରବ ରହିବା ପରେ ପରିବାର ଲୋକେ ସାହି ପଡୋଶୀ ଏବଂ ପୁଲିସକୁ ଖବର କରିଥିଲେ। ଗୁରାଣ୍ଡି ଥାନା ଏଏସଆଇ ଲୋକନାଥ ବେହେରା ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ରୁମକୁ ସିଲ କରିଛନ୍ତି। ରାତି ହୋଇ ଯାଇଥିବାରୁ ପୁଲିସ ରୁମ ସିଲ କରି ଚାଲି ଯାଇଛି। ଆସନ୍ତାକାଲି ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ମୃତଦେହ ଦୁଇଟି ଜବତ କରି ବ୍ୟବଚ୍ଛେଦ କରାଯିବ ବୋଲି ଏଏସଆଇ କହିଛନ୍ତି। ସବୁଠାରୁ ଉଳ୍ଲେଖନୀୟ ଘଟଣା ଏହିକି ଯେ, ଯୁବକ-ଯୁବତୀଙ୍କ ବେକରେ ଗଭୀର ଆଘାତ ଲାଗିଛି। ବାବୁରାଓଙ୍କ ଘର ରକ୍ତ ରଞ୍ଜିତ ହୋଇପଡିଛି। ପରସ୍ପରକୁ ଧାରୁଆ ଅସ୍ତ୍ରରେ ବେକକୁ କାଟି ପକାଇ ଜୀବନ ହାରିଥିବା ଲୋକେ କହୁଛନ୍ତି। କିନ୍ତୁ ଘର ଭିତରେ ପୁଲିସ କୌଣସି ପ୍ରକାର ଅସ୍ତ୍ର ଠାବ କରିନଥିବାରୁ ଏହା ହତ୍ୟା ସନ୍ଦେହ କରାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories